ନେପାଳ ହେଲିକପ୍ଟର ଦୁର୍ଘଟଣା: ନେପାଳ ପୂର୍ବରୁ ଭାରତକୁ ତାଜମହଲ ଦେଖିବାକୁ ଆସିଥିଲେ ଯାତ୍ରୀ

କାଠମାଣ୍ଡୁ,୧୨।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଏହି ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ମେକ୍ସିକୋର ନାଗରିକ ଏବଂ ସେମାନେ ଗୋଟିଏ ପରିବାରର ଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମେକ୍ସିକୋ ନାଗରିକ ନେପାଳ ଗ୍ରସ୍ଥ ପୂର୍ବରୁ ଭାରତ ଆସିଥିଲେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମେକ୍ସିକୋ ପରିବାର ପୂର୍ବରୁ ନେପାଳରୁ ଭାରତକୁ ଆସିଥିଲେ। ଜୁଲାଇ ୫ରେ, ତାଜମହଲ ସମ୍ମୁଖରେ ପୁରା ପରିବାର ଫଟୋ ଉଠାଇଥିଲେ। ଏହି ଫଟୋ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

Share