ଦିଶପୁର,୨୭।୪: ଆସାମର ଦିବ୍ରୁଗଡ ଜେଲରେ ଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗୁରୁବାର ତାଙ୍କ ପରିବାର ଭେଟିବେ। ଏହି ସମୟରେ ଓକିଲ ଏବଂ ଏସ୍ଜିପିସିର ସଦସ୍ୟମାନେ ମଧ୍ୟ ସେମାନଙ୍କ ସହିତ ରହିବେ। ଅମ୍ରିତପାଲବର୍ତ୍ତମାନ ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି।
ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ପଞ୍ଜାବର ଅମୃତସର ବିମାନ ବନ୍ଦରରୁ ୧୩ ଜଣିଆ ଟିମ ଦିବ୍ରୁଗଡ ଅଭିମୁଖେ ଯାତ୍ରା କରିଥିଲେ। ଯେଉଁଥିରେ ଅମୃତପାଲଙ୍କ ପିତା ତରସେମ ସିଂ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହା ବ୍ୟତୀତ ଶିରୋମଣି ଗୁରୁଦ୍ୱାର ପାର୍ବନ୍ଧକ ସମିତିର ସଦସ୍ୟ ଏବଂ ଆଇନଜୀବୀମାନେ ମଧ୍ୟ ଏହି ଦଳରେ ସାମିଲ ଥିବା ଜଣାପଡିଛି।
ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଥିଲା। ଏହି ଜେଲରେ ଅମ୍ରିତପାଲଙ୍କୁ ଏକ ପୃଥକ କୋଠରୀରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ୱିଙ୍ଗ (ଆର୍ଏଡବ୍ଲ୍ୟ) ଅମ୍ରିତପାଲଙ୍କୁ ଶୀଘ୍ର ପଚରାଉଚରା କରିପାରେ।