ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁ ଚର୍ଚ୍ଚିିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଘରେ ପହଞ୍ଚି ତଦନ୍ତ କରିଛି । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ମାନସଙ୍କ ଘରକୁ ଯାଇଥିଲେ ।
ମିଳିଥିବା ଚପଲ ଏବଂ ବ୍ଲୁଟୁଥ୍ ମାନସଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିବା କ୍ରାଇମବ୍ରାଞ୍ଚ କହିଛି । ସୋମବାର ଅପରାହ୍ନରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଏସବୁ ଜିନିଷ ନେଇ ମାନସଙ୍କ ଗାଁ ରଣପୁର ଥାନା ଗୋଳାପୋଖରୀ ଗାଁରେ ପହଞ୍ଚିଥିଲା । ପରିବାର ଲୋକେ ଏହାକୁ ଚିହ୍ନଟ କରିବା ପରେ ଅଧିକାରୀମାନେ ମାନସଙ୍କ ଭାଇ ଏବଂ ସ୍ତ୍ରୀଙ୍କ ସମେତ ଗାଁର କିଛି ଲୋକଙ୍କ ଦସ୍ତଖତ ନେଇ ଫେରିଥିବା ଜଣାପଡିଛି ।