୯/୧୧ ଆକ୍ରମଣ ପୀଡ଼ିତଙ୍କ ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଲେ ଚିଠି, ଅଭିଯୁକ୍ତ ଆତଙ୍କବାଦୀଙ୍କ ଆବେଦନ ଗ୍ରହଣ ନ କରାଯାଉ…

ଓ୍ବାଶିଂଟନ,୨୨।୮ : ୨୦୦୧ ମସିହା, ସେପ୍ଟେମ୍ବର ୧୧ରେ (୯/୧୧)ରେ ଆମେରିକାର ଓବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କର ୨୦୦୦ରୁ ଅଧିକ ସମ୍ପର୍କୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ଅଲ କାଏଦା ସଦସ୍ୟଙ୍କ ଆବେଦନକୁ ଖାରଜ କରାଯାଉ।

ଆଦେନକାରୀଙ୍କ ମଧ୍ୟରେ ଏହି ଆକ୍ରମରର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ମଧ୍ୟ ଅଛନ୍ତି। ଗତ ସପ୍ତାହରେ ଏକାଧିକ ରିପୋର୍ଟ ଅନୁଯାୟୀ, ୨୦୦୬ମସିହାରୁ କ୍ୟୁବାର ଗୁଇନ୍ଦା ବିଭାଗ ଜେଲରେ ବନ୍ଦୀ ଥିବା ଏହି ପାଞ୍ଚ ଜଣ ଅଭିଯୁକ୍ତ ଆବେଦନ ଆରମ୍ଭ କରିଥିବା ପୀଡିତଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଛି।

ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ୯/୧୧ ବାର୍ଷିକୀ ଅବସରରେ ଆମେ ନ୍ୟାୟ ବିଭାଗରୁ ଜାଣିବାକୁ ପାଇଛୁ ଆତଙ୍କବାଦୀ ଖାଲିଦ ଶେଖ ମହମ୍ମଦଙ୍କ ସହ ଏକ ଚୁକ୍ତିନାମା ପ୍ରସ୍ତାବ କରାଯାଉଛି ଯାହା ଏକ ସାଧାରଣ ବିଚାର ରୋକିବା ଲାଗି ଉଦ୍ଦିଷ୍ଟ। ତାଙ୍କର ଆଇନଗତ ସୂଚନାକୁ ଗୁପ୍ତ ଏବଂ ଲୁଚାଇ ରଖାଯାଉଛି।

ପେଣ୍ଟାଗନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ ପାଞ୍ଚ ଜଣ ଅଭିଯୁକ୍ତ ସେମାନଙ୍କ କାର୍ଯ୍ୟ ପାଇଁ ଅପରାଧ ସ୍ବୀକାର ଏବଂ ମୃତ୍ୟୁଦଣ୍ଡ ବଦଳରେ ଦୋଷୀ ସାବ୍ୟସ୍ତ ହୋଇ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ। ଚିଠିରେ ଉଲ୍ଲେଖ ରାଯାଇଛି ଆତଙ୍କବାଦୀ ଆକ୍ରମଣରେ ପୀଡିତ ପରିବାରଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯାଉ।

 

Share