ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟ ସରକାର ଜନସାଧାରଣଙ୍କ ଟିକାକରଣକୁ ଗୁରୁତ୍ୱ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ କୋଭିଡ୍ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀ, ଖବରଦାତା, ପୋଲିସଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯାଇଥିଲା। ଏଣିକି ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ସସଦ୍ୟଙ୍କୁ କରୋନା ଟିକା ଦିଆଯିବ। ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।