ମହାସମୁନ୍ଦ, ୩୦।୬: ଭୋକ ବିକଳରେ ମଣିଷ ସବୁ କରିବାକୁ ପ୍ରସ୍ତୁତ। ଏହାର ସଦ୍ୟତମ ଉଦାହରଣ ଛତିଶଗଡ଼ର ମହାସମୁନ୍ଦ ଜିଲାରେ ଥିବା ଏକ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଦେଖିବାକୁ ମିଳିଛି। ସ୍ଥାନୀୟ ବସନା ବ୍ଲକ୍ର ଅଖରାଭାଠା ଗାଁରେ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି। କରୋନା ସଂକ୍ରମଣ ଭୟରେ ଶ୍ରମିକଙ୍କ ପରିବାର ସଦସ୍ୟ କେନ୍ଦ୍ରର ଗେଟ୍ ବାହାରେ ତାଙ୍କ ନାମ ଲେଖା ଥିବା କାଗଜ ଉପରେ ଖାଦ୍ୟ ପୁଡ଼ିଆ ରଖି ଦେଇ ଯାଉଛନ୍ତି। ପରେ ଶ୍ରମିକମାନେ ଗେଟ୍ ଖୋଲି ବାହାରକୁ ଆସି ନିଜ ନିଜ ନାମ ଲେଖାଥିବା କାଗଜ ଉପରେ ରହିଥିବା ଖାଦ୍ୟ ପୁଡ଼ିଆ ନେଇ ଯାଉଛନ୍ତି। କରୋନା ସଂକ୍ରମଣ ଯୋଗୁ ଏଭଳି କରାଯାଉଥିବା ଶ୍ରମିକଙ୍କ ପରିବାର ଲୋକେ କହିଛନ୍ତି। ଏବେ ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି। ଏହା ବହୁ ୟୁଜରଙ୍କୁ ଭାବୁକ କରିଛି।
Posted inଜାତୀୟ