ପାରିବାରିକ କଳହରୁ ଘରେ ନିଆଁ ଲଗାଇଲେ

ଛତ୍ରପୁର,୧ା୧୧(ଡି.ଏନ୍‌.ଏ.): ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟରେ ରହୁଥବା ଶଙ୍କର ବାହାଦୂର ପାରିବାରିକ କଳହରୁ ରବିବାର ରାତିରେ ନିଜ ଘରେ ନିଆଁ ଲଗାଇ ଫେରାର୍‌ ହୋଇଯାଇଛନ୍ତି। ଘର ଭାଗବଣ୍ଟାକୁ ନେଇ ଦୁଇ ଦିନ ତଳେ ଶଙ୍କର ତାଙ୍କ ମା’ ଲକ୍ଷ୍ମୀଙ୍କୁ ଗାଳିଗୁଲଜ କରିଥିଲେ । ଏହା ପରଠାରୁ ଲକ୍ଷ୍ମୀ ତାଙ୍କ ଝିଅ ଘରେ ରହୁଛନ୍ତି। ଘର ଭାଗବଣ୍ଟା ଓ ବିକ୍ରିକୁ ଶଙ୍କରଙ୍କ ସ୍ତ୍ରୀ ମଧ୍ୟ ପ୍ରତିବାଦ କରୁଥିଲେ। ରବିବାର ରାତିରେ ଶଙ୍କର ଏକ କିରୋସିନ ବ୍ୟାରେଲ ଧରି ଘରକୁ ଆସିଥିଲେ । ଭୟରେ ତାଙ୍କ ସ୍ତ୍ରୀ ନିକଟରେ ରହୁଥିବା ତାଙ୍କ ନଣନ୍ଦଙ୍କ ଘରକୁ ଚାଲିଯାଇ
ଥିଲେ । ଘଟଣା ଜାଣିବା ପରେ ଭଉଣୀ ରାତିରେ ଘରକୁ ଆସିଥିବାବେଳେ ଶଙ୍କର ନିଜ ଘରେ କିରୋସିନ୍‌ ଢାଳି ନିଆଁ ଲଗାଇଦେଇଥିଲୋ ଏ ସମ୍ପର୍କରେ ଛତ୍ରପୁର ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ା ଏ ସର୍ମ୍ପକରେ ଶଙ୍କରଙ୍କ ସ୍ତ୍ରୀ ଛତ୍ରପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share