ଘର ଛାଡି ହୋଟେଲ ସିଫ୍ଟ ହୋଇଗଲା ପୁରା ପରିବାର, ଦିନକୁ ଦେଉଛନ୍ତି ୧୧ହଜାର ଟଙ୍କା

ବେଜିଂ,୧୧।୧: ଘର ଛାଡି ଯଦି ଆପଣଙ୍କୁ ସବୁଦିନ ପାଇଁ ହୋଟେଲରେ ରହିବାକୁ କୁହାଯାଏ, କଣ ଆପଣ ସେଭଳି କରିବେ? ପ୍ରଶ୍ନରେ ଆପଣ ଉତ୍ତର ଦେଇପାରନ୍ତି, ଦିନେ ଦୁଇ ଦିନ ତ ଠିକ୍‌ ଅଛି ହେଲେ ସବୁଦିନ ପାଇଁ ହୋଟେଲରେ ରହିବାକୁ ହେଲେ ଘରବାଡି ବିକି ଦେଲେ ବି ଟଙ୍କା ସରିଯିବ। ନିକଟରେ ଗୋଟିଏ ୮ସଦସ୍ୟ ବିଶିଷ୍ଟ ପରିବାର ତାଙ୍କର ଅଜବ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଘର ବିକ୍ରି କରି ପୁରା ପରିବାର ହୋଟେଲକୁ ସିଫ୍ଟ ହୋଇଯାଇଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ। ହୋଟେଲରେ ସେମାନଙ୍କର ଗୋଟିଏ ଦିନର ଭଡା ଜାଣିଲେ ଆପଣଙ୍କର ହୋସ ଉଡିଯିବ। କାରଣ ଏହି ପରିବାର ଦିନକୁ ୧୧ହଜାର ଟଙ୍କା ଭଡା ଦେଇ ହୋଟେଲରେ ରହୁଛନ୍ତି।

ଚାଇନାର ନାନୟାଙ୍ଗ ସହରର ଏହି ପରିବାର ଗତ ୧ବର୍ଷ ଧରି ହୋଟଲରେ ରହୁଛନ୍ତି। ସେମାନେ ଦୁଇଟି ବେଡରୁମ୍‌ ସହ ଗୋଟିଏ ଲିଭିଗଂ ରୁମ୍‌ ହୋଟେଲରେ ବୁକ୍‌ କରିଛନ୍ତି। ଏଥିପାଇଁ ସେମାନେ ଦିନକୁ ୧ହଜାର ୟୁଆନ ବା ୧୧ହଜାର ଟଙ୍କା ଦେଉଛନ୍ତି। ଦୀର୍ଘଦିନ ଧରି ହୋଟେଲରେ ରହିବା ପାଇଁ ପରିବାରକୁ ହୋଟେଲ ପକ୍ଷରୁ ରିହାତି ମଧ୍ୟ ଦିଆଯାଇଛି।

ଘର ବିକି ହୋଟେଲରେ ରହିବା ନେଇ ସେମାନେ କହିଛନ୍ତି, ନାନୟାଙ୍ଗରେ ଗୋଟିଏ ଆପାର୍ଟମେଣ୍ଟ ଅର୍ଥାତ୍‌ ଦୁଇଟି ବେଡରୁମ୍‌ ଥିବା ଆପାର୍ଟମେଣ୍ଟରେ ରହିବା ପାଇଁ ୨୦ହଜାର ୟୁଆନ(୨ଲକ୍ଷ ୩୩ହଜାରରୁ ଅଧିକ)ଟଙ୍କା ଦେବାକୁ ପଡୁଥିଲା। ଏଥିରେ ପାଣି ଓ ବିଜୁଳି ପରି ଅତିରିକ୍ତ ସେବାର ଟଙ୍କା ଅଲଗା ଦେବାକୁ ପଡିଥାଏ। କିନ୍ତୁ ଏହି ପରିବାର ଯେତେବେଳେ ହୋଟେଲରେ ରହିବାକୁ ଆସିଲେ ସେମାନଙ୍କୁ ମାସକୁ ୩୦ହଜାର ୟୁଆନ(ସାଢେ ୩ଲକ୍ଷରୁ ଅଧିକ) ଟଙ୍କା ଦେବାକୁ ପଡୁଛି। ଯେଉଁଥିରେ ପାଣି ଓ ବିଜୁଳି ଖର୍ଚ୍ଚ ମଧ୍ୟ ରହିଛି। ଏଥିରେ ସେ ଅଧିକ ଟଙ୍କା ସଞ୍ଚୟ କରିପାରୁଛନ୍ତି ବୋଲି କହିଛନ୍ତି।

 

Share