ଫ୍ୟାମିଲି ଟାଇମ୍‌

କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସମସ୍ତେ ଚାହାନ୍ତି। କିନ୍ତୁ କେତେକେ ଏଥିପାଇଁ ପରିବାରକୁ ଅଣଦେଖା କରିଥାନ୍ତି, ଯାହାର ଭିନ୍ନ ପ୍ରଭାବ ଦେଖିବାକୁ ମିଳେ। ତେଣୁ ବ୍ୟସ୍ତତା ଭିତରେ ବି ପରିବାର ସହ ସମୟ ବିତାନ୍ତୁ, ଯାହାଫଳରେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ବି ପାଇପାରିବେ…

ପରିବାର ସହ କେବେ କେବେ ବୁଲିବାକୁ ଯିବା, ଏକାଠି ଖାଇବା, ଏକାଠି ବସି ହସମଜା କରିବାକୁ ସମସ୍ତଙ୍କୁ ଭଲ ଲାଗେ। ଏମିତି ସମୟ କଟାଇବାରେ ବି ଲୁଚି ରହିଥାଏ ସଫଳତା। କାରଣ ପରିବାର ସହ ଖୁସିରେ ସମୟ କାଟିଲେ ମାନସିକ ଅବସାଦ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ କାର୍ଯ୍ୟବ୍ୟସ୍ତତା ଭିତରେ ବି କିଛି ସମୟ ବାହାରକରି ପରିବାର ସହ ରହିବା ଜରୁରୀ। କହିବାକୁ ଗଲେ ସବୁ କ୍ଷେତ୍ରରେ ସଫଳ ହେବା ପାଇଁ ହେଲେ ପରିବାର ସହିତ ଏକାଠି ରହିବାକୁ ଅନେକେ ପରାମର୍ଶ ଦେଉଛନ୍ତି।
ଚିନ୍ତାରୁ ମୁକ୍ତି: ଅଫିସ କାମର ଚାପ ହେଉ କିମ୍ବା ଅନ୍ୟ କୌଣସି ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ପରିବାର ସହ ଖୁସିରେ କିଛି ସମୟ କଟାନ୍ତୁ। ପରିବାରରେ ଆତ୍ମୀୟଙ୍କ ସହ ରହିବା ଫଳରେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଏ ଏବଂ ମନ ଖୁସି ରହେ। ନିଜର ଚିନ୍ତା ବା କୌଣସି ସମସ୍ୟାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ଫଳରେ ସମାଧାନର ଅନେକ ରାସ୍ତା ବାହାରିଥାଏ। ନିଜର ଲୋକେ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସନ୍ତି। ଫଳରେ ଚିନ୍ତା ବା ଅବସାଦ କମ୍‌ ହୋଇଥାଏ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ।
ପିଲାଙ୍କ ଭବିଷ୍ୟତ: ପିଲାମାନେ ସମସ୍ତଙ୍କ ସହ ପରିବାରରେ ଏକାଠି ରହିଲେ ବେଶ୍‌ ଖୁସି ହୁଅନ୍ତି। ତେଣୁ ସେମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଗୁରୁଜନଙ୍କ ସହ ଅଧିକାଂଶ ସମୟ ରହିବା ଫଳରେ ସେମାନଙ୍କ ବ୍ୟବହାର ମଧ୍ୟ ସେହି ଅନୁରୂପ ମାର୍ଜିତ ହୋଇଥାଏ। ତେଣୁ ପିଲାଙ୍କ ଲାଳନପାଳନ ବି ଆପେ ଆପେ ଭଲ ହୋଇଥାଏ।
ସଫଳତା ମିଳେ: ମନ ଖୁସି ରହିଲେ କାମ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇଥାଏ। ତେଣୁ କମ୍‌ ସମୟରେ ଭଲ କାମ କରିବାର ଊର୍ଜା ସୃଷ୍ଟି ହୋଇଥାଏ। ପରିବାର ସହ ଏକାଠି ରହିଲେ ଉଭୟ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଶରୀର ମଧ୍ୟ ଭଲ ରହିଥାଏ। ତେଣୁ ଅଫିସ ହେଉ କି ଅନ୍ୟ ଯେକୌଣସି କ୍ଷେତ୍ର ସବୁଠାରେ ପ୍ରତି କାମରେ ସଫଳତା ମିଳିଥାଏ।

ଏମାନେ କ’ଣ କରନ୍ତି

ପ୍ରତି ସପ୍ତାହରେ ବୁଲିବା ପ୍ଲାନ୍‌ କରୁ: ପ୍ରତି ସପ୍ତାହରେ ଆମେ ସମସ୍ତେ ଏକାଠି ବାହାରେ ଖାଇବାକୁ ଯାଉ। କୌଣସି ଉତ୍ସବ ଥିଲେ ଥରଟେ ହେଲେ ବି ଆମେ ବୁଲିବା ପାଇଁ ପ୍ଲାନ୍‌ କରିଥାଉ। ଅଳ୍ପ ସମୟ ପାଇଁ ହେଲେ ବି ଥରେ ବାହାରକୁ ଯାଇ ବୁଲି ଆସିବା ପରେ ପିଲାମାନେ ତ ବହୁତ ଖୁସି ହୋଇଯାନ୍ତି ତା’ ସହ ଶାଶୁ ଶ୍ୱଶୁର ବି ଖୁସି ହୋଇଥାନ୍ତି। ଆଉ ଘରେ ସମସ୍ତଙ୍କୁ ଖୁସିରେ ଦେଖିଲେ ମତେ ବି ବହୁତ ଖୁସି ଲାଗେ। -ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, ଭୁବନେଶ୍ୱର
ଫ୍ରେଶ୍‌ ଲାଗେ: ସବୁ ଶନିବାର ମୁଁ ପୁଅକୁ ନେଇ ଗାଁକୁ ଯାଏ। ସେଠି ଶାଶୁ ଶ୍ୱଶୁର ଆଉ ଅନ୍ୟ ସମସ୍ତଙ୍କ ସହ ଏକାଠି ରହି ପୁଅ ବହୁତ ଖୁସି ହୋଇଯାଏ। ମତେ ବି ଗାଁ ପରିବେଶରେ ରହିବାକୁ ବହୁତ ଭଲ ଲାଗେ। ଦିନଟିଏ ସେଠି ରହି ଆସିବା ପରେ ପୁଣି ସପ୍ତାହ ସାରା କାମ କରିବା ପାଇଁ ଫ୍ରେଶ୍‌ ଲାଗେ।
-ଦେବେନ୍ମିତା ଦାଶ, କର୍ମଜୀବୀ, ପାରାଦୀପ
ସମ୍ପର୍କ ମଜଭୁତ ହୁଏ: ଘରେ ପ୍ରାୟ ଭୋଜି କରିବା ବାହାନାରେ ଅନେକ ଥର ସମସ୍ତେ ଏକାଠି ହେଉ। ବେଳେବେଳେ ପାଖରେ ଥିବା ବନ୍ଧୁ ସମ୍ପର୍କୀୟମାନେ ବି ଆସନ୍ତି। ଏମିତି ଭୋଜି ମାଧ୍ୟମରେ ସମସ୍ତେ ଏକାଠି ହେଲେ ଭଲ ଲାଗେ। ତା’ ଛଡ଼ା ଦିନସାରା କାମରେ ଏପଟ ସେପଟ ହେବା ପରେ ଆମେ ରାତିରେ ଘରେ ସମସ୍ତେ ଏକାଠି ସାଙ୍ଗ ହୋଇ ଖାଉ। ଯଦି ଘରକୁ ଫେରିବା ପାଇଁ କାହାର ଡେରି ହୁଏ ତା’ହେଲେ ମୁଁ ପିଲାମାନଙ୍କୁ ଠିକ୍‌ ସମୟରେ ଖାଇବାକୁ ଦେଇ ଶୁଆଇଦିଏ। କିନ୍ତୁ ମୁଁ ଅପେକ୍ଷା କରିଥାଏ, ସେ ଫେରିବା ପରେ ହିଁ ସାଙ୍ଗ ହୋଇ ଖାଉ। ଏକାଠି ଖାଇବା ଦ୍ୱାରା ସ୍ନେହ ପ୍ରେମ ଭାବ ବଢ଼ିଥାଏ ଆଉ ସମ୍ପର୍କ ମଜଭୁତ ହୋଇଥାଏ।
-ସସ୍ମିତା ମଞ୍ଜରୀ ଦାଶ, କର୍ମଜୀବୀ, ରାହାମା, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି କିଭଳି ରହିବ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ବୈବାହିକ ଜୀବନ ଆଦି ବିଷୟରେ…

ଆସୁଛି ନୂଆବର୍ଷ ୨୦୨୫। ଏହା ମେଷ ରାଶିର ଜାତକଧାରୀଙ୍କ ଲାଗି କିଭଳି ରହିବ ତାହା ଆଜିର ଆଲୋଚନାରେ ଜାଣିବା। ତେବେ ବୈଦିକ ଜ୍ୟୋତିଷ ଅନୁଯାୟୀ ମେଷ...

୨୦୨୫ ପ୍ରଥମ ଦିନରେ ଏହି ୩ ରାଶିରେ ରହିଛି ରାଜଯୋଗ, ବଦଳିଯିବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ନୂତନ ବର୍ଷ ଅର୍ଥାତ୍‌ ୨୦୨୫ ଗ୍ରହ ନକ୍ଷତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଅନେକ ବଡ ଗ୍ରହ ସେମାନଙ୍କର...

ଏହି ୩ ରାଶିର ଜାତକଧାରୀ ହୋଇଯାଆନ୍ତୁ ସାବଧାନ: ଜାନୁଆରୀ ପହିଲାରୁ ବଢ଼ିପାରେ ସମସ୍ୟା, ଚାକିରି ଉପରେ ଆସିପାରେ ବିପଦ…

ଆସୁଛି ନୂଆ ବର୍ଷ ୨୦୨୫। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଆରମ୍ଭ ଗ୍ରହର ପରିବର୍ତ୍ତନ ସହ ହେଉଛି। ପ୍ରଥମ ଦିନ ଚନ୍ଦ୍ର ମକର ରାଶିରେ...

ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ

ପିଲାଦିନେ ମୁଁ ଥିଲି ଅତ୍ୟନ୍ତ ଗରିବ। ସେତେବେଳେ ପ୍ୟାଣ୍ଟ ଶାର୍ଟ କିଣିବା ତ ଦୂରର କଥା ସକାଳୁ ଉଠିଲେ ଆମର ଚିନ୍ତା ଥିଲା ଆଜି କ’ଣ...

ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି…

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ...

ଏହି ୬ ଅଭ୍ୟାସ ଅଛି କି? ହୋଇଯିବେ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

୨୦୨୫ରେ ଏହି ୩ ରାଶିର ଚମକିବ ଭାଗ୍ୟ, ଆପଣ ନାହାନ୍ତି ତ…

ଜ୍ୟୋତିଷଶାସ୍ତ୍ରରେ କେତୁ ଗ୍ରହକୁ ମୋକ୍ଷ ଏବଂ ଆଧ୍ୟାତ୍ମର କାରକ ବୋଲି କୁହାଯାଏ। ଏହାକୁ ପାପ ଗ୍ରହ କୁହାଯାଉଥିଲେ ହେଁ ଏହାର କିଛି ଗୁଣ ବୃହସ୍ପତିଙ୍କ ସହ...

୨୦୨୫ରେ ଏସବୁ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ: ବଢ଼ିବ ପଦ ପ୍ରତିଷ୍ଠା, ପ୍ରଚୁର ଧନଲାଭର ସୁଯୋଗ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ ବର୍ଷ ୨୦୨୫। ଏହି ବର୍ଷ ଶୁକ୍ର ଗ୍ରହଙ୍କ ଚଳନରେ ୧୦ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri