ପାକିସ୍ତାନରେ ଦୁର୍ଭିକ୍ଷ ସ୍ଥିତି

ଇସ୍‌ଲାମାବାଦ, ୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ପାଇବା ପାଇଁ ଇସ୍‌ଲାମାବାଦ ଏହାର କେତେକ କଡ଼ା ସର୍ତ୍ତ ମାନିନେବାକୁ ବାଧ୍ୟ ହୋଇଛି। ଫଳରେ ଦରଦାମ୍‌ ଆକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକ୍ଷେ ଖାଦ୍ୟସାମଗ୍ରୀ ଓ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା କଷ୍ଟକର ହୋଇପଡ଼ିଛି। ପାକିସ୍ତାନରେ ଏବେ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ଆର୍ଥତ୍କ ସଙ୍କଟର ଗମ୍ଭୀର ପ୍ରଭାବ ଗରିବ ପାକିସ୍ତାନୀଙ୍କ ଉପରେ ସର୍ବାଧିକ ପଡ଼ିଛି। ରମଜାନ ମାସରେ ମାଗଣା ଖାଦ୍ୟସାମଗ୍ରୀ ବଣ୍ଟନ ହେଉଥିବା ସ୍ଥାନରେ ଏତେ ଗହଳି ହେଉଛି ଯେ ଦଳାଚକଟାରେ ଇତିମଧ୍ୟରେ ୨୦ ଜଣଙ୍କ ଜୀବନ ଗଲାଣି।
ପାକିସ୍ତାନରେ ବହୁବର୍ଷର ଆର୍ଥତ୍କ ପରିଚାଳନାଗତ ତ୍ରୁଟି ଏବଂ ରାଜନୈତିକ ଅସ୍ଥିରତା ଯୋଗୁ ସେଠାର ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଛି। ବୈଶ୍ୱିକ ଶକ୍ତି ସଙ୍କଟ ଏବଂ ୨୦୨୨ର ପ୍ରଳୟଙ୍କରୀ ବନ୍ୟା ପାକିସ୍ତାନର ଅର୍ଥନୀତିକୁ ବହୁ ପଛକୁ ନେଇଯାଇଛି। ବିଦେଶ ବିନିମୟ ଭଣ୍ଡାର ବହୁପରିମାଣରେ ହ୍ରାସ ପାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ଅସମର୍ଥ। ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଦୁର୍ଭିକ୍ଷ ଭଳି ସ୍ଥିତି ସୃଷ୍ଟି ହୋଇଥିବା କରାଚୀ ବିଶେଷଜ୍ଞ ଶାହିଦା ଓ୍ବିଜାରତ୍‌ କହିଛନ୍ତି। ଶୁକ୍ରବାର କରାଚୀ ସହରରେ ରମଜାନ ଉପଲକ୍ଷେ ମାଗଣା ରାଶନ ବଣ୍ଟନ ହେଉଥିବାବେଳେ ପ୍ରବଳ ଗହଳି ଯୋଗୁ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୨ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଋଣ ବୋଝରେ ଏଭଳି ବୁଡ଼ିଛି ଯେ ଆଇଏମ୍‌ଏଫ୍‌ରୁ ଆଉ ୬.୫ ବିଲିୟନ ଡଲାର ଆର୍ଥତ୍କ ସହାୟତା ପାଇବା ପାଇଁ ଇସ୍‌ଲାମାବାଦକୁ କଠୋର ଟିକସ ସଂସ୍କାର ଆପଣାଇବା ସହ ବିଭିନ୍ନ ଦ୍ରବ୍ୟ ଓ ସେବା ମୂଲ୍ୟ ବଢ଼ାଇବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri