ମୁମ୍ବାଇ, ୩।୯: ବଲିଉଡ୍ର ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କର ଦୁଇ ଭାଇଙ୍କ ପରଲୋକ ୨ ସପ୍ତାହ ମଧ୍ୟରେ ଘଟିଛି। ଦିଲ୍ଲୀପଙ୍କ ଭାଇ ଏହସାନ ଖାଁ ଏବଂ ଅସଲମ୍ ଖାଁଙ୍କର ନିଶ୍ୱାସ ନେବାରେ ସମସ୍ୟା ହୋଇଥିବାରୁ ସେମାନଙ୍କୁ ଅଗଷ୍ଟ ୧୫ରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୩ ଦିନ ମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଅସଲମ୍ ଖାଁଙ୍କର ମୃତ୍ୟୁ ଅଗଷ୍ଟ ୨୧ରେ ଘଟିଥିଲା। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏବେ ୧୩ ଦିନ ପରେ ସାନ ଭାଇ ଏହସାନ୍ଙ୍କର ୯୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ମଧ୍ୟ କରୋନାରେ ଆକ୍ରାନ୍ତ ଥିଲେ। ଏବେ ପୁଣିଥରେ ଦିଲ୍ଲୀପଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।