ଢେଙ୍କାନାଳ ଅଫିସ, ୩।୨: ଢେଙ୍କାନାଳ ବରାକୁ ପରିଚିତ କରାଇଥିବା ଗଣେଶ ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ସଦାଶିବ ସାହୁଙ୍କ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ସୂଚନା ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ, ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ବାସଭବନରେ ପହଞ୍ଚତ୍ ଅନ୍ତିମ ଦର୍ଶନ କରିଥିଲେ। ସଦାଶିବ ନିଜର ‘ବିଖ୍ୟାତ ବରା’ ପ୍ରତିଷ୍ଠାନ ଜରିଆରେ ଢେଙ୍କାନାଳ ବରାକୁ ପରିଚିତ କରାଇଥିଲେ। ଏଥିସହ ଗଣେଶ ବଜାର ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଟ୍ରଷ୍ଟ ସଦସ୍ୟ ରହି ପୂଜା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରଲୋକରେ ଏମ୍ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ ଶୋକବ୍ୟକ୍ତ କରିଛନ୍ତି। ବିଧାୟକଙ୍କ ପକ୍ଷରୁ ତାଙ୍କ ପ୍ରତିନିଧି ଦେବାଶିଷ ମିଶ୍ର ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।