ପ୍ଲେନ୍‌ କ୍ରାସ୍‌ରେ ଚାଲିଗଲା ଲୋକପ୍ରିୟ ଗାୟିକାଙ୍କ ଜୀବନ

ବ୍ରାଜିଲର ପ୍ରସିଦ୍ଧ ଗାୟିକା ମାରିଲିଆ ମେଣ୍ଡୋନ୍‌କାଙ୍କ ପ୍ରଶଂସକଙ୍କ ପାଇଁ ଶୁଭ ନ ଥିଲା ଶୁକ୍ରବାର। ଏକ ପ୍ଲେନ୍‌ କ୍ରାସରେ ଗାୟିକା ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ବ୍ରାଜିଲର ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ଦେଖାଯାଇଛି।

ମୃତ୍ୟୁର କିଛି ସମୟ ପୂର୍ବରୁ ପ୍ଲେନ୍‌ରେ ଚଢ଼ୁଥିବା ବେଳର ଏକ ଭିଡିଓ ପୋଷ୍ଟ କରିଥିଲେ ମାରିଲିଆ। ହେଲେ ସେତେବେଳେ ଏଭଳି ଅଘଟଣ ଘଟିବ ବୋଲି କେହି ବି ଆଶା କରି ନ ଥିଲେ। ସେ କାରାଟିଙ୍ଗାରେ ଶୋ’ କରିବାକୁ ଯାଉଥିଲେ। ମାତ୍ର ସେଠାରେ ପହଞ୍ଚିବାର ୧୨ କିମି ପୂର୍ବରୁ ହିଁ ପ୍ଲେନ୍‌ କ୍ରାସ ହୋଇଯାଇଥିଲେ। ସେଥିରେ ତାଙ୍କ ସହ ପ୍ରଯୋଜକ ଏବଂ ଦୁଇଜଣ କ୍ରୁ ମେମ୍ବର ଥିଲେ। ସେମାନେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Share