ମାତ୍ର ୩ ବର୍ଷ ବୟସରୁ ସରୋଜ ଆରମ୍ଭ କରିଥିଲେ କ୍ୟାରିୟର, ୩ ଥର ପାଇଥିଲେ ଜାତୀୟ ପୁରସ୍କାର

ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ବଲିଉଡ୍‌ରେ ଶୋକର ଛାୟା ଖେଲିଯାଇଛି। ସରୋଜ ଖାନ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। କୋରିଓଗ୍ରାଫି ଜରିଆରେ ସେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ମାତ୍ର ୩ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ, ମାଧୁରୀ ଏହି ଯୋଡିଙ୍କ ସହ ହିଟ ହୋଇଥିଲେ ସରୋଜ।
୧୯୪୮, ନଭେମ୍ବର ୧୯ରେ ସରୋଜ ଜନ୍ମଗ୍ରହଣ କରିଥିଲେ। ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ସରୋଜ ଖାନ ୩ ବର୍ଷ ବୟସରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ସମୟରେ କୌଣସି ଆନୁଷ୍ଠାନିକ ତାଲିମ ନେଇ ନଥିଲେ। ସେ ପିଲାଦିନରୁ ନୃତ୍ୟକୁ ବହୁତ ପସନ୍ଦ ପାଉଥିଲେ।

କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ଏହି ଚଳଚ୍ଚିତ୍ରରେ ସେ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିଥିଲେ। ଏହି ଚଳଚ୍ଚିତ୍ର ୨୦୧୯ରେ ମୁକ୍ତିଲାଭ କରିଥିଲା। ମାଧୁରୀଙ୍କ ସହ ସରୋଜ ଖାନଙ୍କ ଯୋଡି ହିଟ ହୋଇଥିଲା। ମାଧୁରୀ ଦୀକ୍ଷିତଙ୍କ ଅନେକ ଗୀତ ସରୋଜ ଖାନଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଥିଲା। ଏଥିରେ, ୧୯୮୮ ଚଳଚ୍ଚିତ୍ର ‘ତେଜାବ’ର ‘ଏକ୍‌ ଦୋ ତିନ୍‌ ଚାର୍‌..’ ଗୀତଟି ବହୁତ ପ୍ରସିଦ୍ଧ ଥିଲା। ସରୋଜ ଖାନ ୧୯୯୧ ଚଳଚ୍ଚିତ୍ର ‘ବେଟା’ର ’ଧକ-ଧକ କରନେ ଲଗା’ ଗୀତକୁ କୋରିଓଗ୍ରାଫ କରିଥିଲେ। ମିଷ୍ଟର ଇଣ୍ଡିଆର ହିଟ ଗୀତ ‘ହାୱା-ହାୱାଇ’, ଚାନ୍ଦନୀ ଚଳଚ୍ଚିତ୍ର ଗୀତ ‘ମେରେ ହାଥୋଁ ମେଁ ନୌ ନୌ ଚୁଡିୟା ହୈ ପରି ହିଟ ଗୀତଗୁଡିକ କୋରିଓଗ୍ରାଫ କରିଥିଲେ। ସେ ତିନିଥର ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।

Share