ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବେ ଧନୁଷ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଧନୁଷ ଓ ତାଙ୍କ ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ଭାଙ୍ଗିବାକୁ ଯାଉଛି ୧୮ ବର୍ଷର ସମ୍ପର୍କ । ଏନେଇ ଉଭୟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ସୂଚନା ଦେଇଛନ୍ତି । ଉଭୟ ଗୋଟିଏ ନୋଟ ଶେୟାର କରିଛନ୍ତି । ଧନ଼ୁଷ ଟୁଇଟ କରି କହିଛନ୍ତି ଏବେ ଆମେ ଦମ୍ପତ୍ତି ଭାବେ ଅଲଗା ହେବା ସହ ନିଜର ଭଲ ପାଇଁ ବ୍ୟକ୍ତିଗତ ଭାବେ ପରସ୍ପରକୁ ବୁଝିବାକୁ ସମୟ ବାହାର କରିବାକୁ ନିଷ୍ପତ୍ତି ନେଇଛୁ । ଆମର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ । ଏମିତି କିଛି ଲେଖିବା ସହ ଶେଷକୁ ହାତ ଯୋଡିଥିବା ଏକ ଇମୋଜି ବି ଶେୟାର କରିଛନ୍ତି ଧନୁଷ ।
ସୂଚନାଯୋଗ୍ୟ, ଧନୁଷ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ୧୮ ନଭେମ୍ବର ୨୦୦୪ରେ ଖୁବ୍ ଧୁମଧାମରେ ବିବାହ କରିଥିଲେ । ମାତ୍ର ୨୩ ବର୍ଷ ବୟରେ ଫିଲ୍ମ ସେଟରେ ଦେଖାହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଏହାପରେ ଏମାନେ ସଂସାର ଗଢିଥିଲେ । ଏମାନଙ୍କ ଦୁଇଟି ସନ୍ତାନ ଅଛନ୍ତି ।

Share