Categories: ଖେଳ

ଭାରତୀୟ ପରମ୍ପରାରେ ବିବାହ କଲେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ଚେନ୍ନାଇ,୨୯।୩: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଭାରତୀୟ ପ୍ରେମିକା ଭିନି ରମଣଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଚେନ୍ନାଇରେ ତାମିଲ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଥିଲେ। ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖ୍ରୀଷ୍ଟିଆନ ଅନୁଯାୟୀ ଏହି ଦମ୍ପତି ପୂର୍ବରୁ ବିବାହ କରିଥିଲେ କିନ୍ତୁ ଉଭୟ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କରିବେ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଚେନ୍ନାଇରେ ଏହି ବିବାହ ସମାରୋହର ଆୟୋଜନ କରାଯାଇଥିଲା। ବିବାହ ଫଟୋରେ ନୂଆ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି। ମ୍ୟାକ୍ସୱେଲ ଏକ ଶେରୱାନି ଏବଂ ଭିନି ଶାଢି ପିନ୍ଧି ଫୁଲମାଳ ପକାଇଥିବାର ଦେଖାଯାଇଥିଲା।
ମ୍ୟାକ୍ସି ଚଳିତ ବର୍ଷ ଆଇପିଏଲରେ ଆରସିବି ପାଇଁ ଖେଳୁଛନ୍ତି କିନ୍ତୁ ବିବାହ ହେତୁ ସେ ଦଳଠାରୁ ଦୂରରେ ଅଛନ୍ତି। ୧୧ କାଟି ଟଙ୍କାରେ ରଖାଯାଇଥିବା ମ୍ୟାକ୍ସୱେଲ ଖୁବ ଶୀଘ୍ର ଦଳରେ ଯୋଗଦେବେ।

Share