Categories: ଖେଳ

କ୍ରିକେଟ୍‌ ପରେ ଏବେ ରାଜନୀତି କରିବେ ପ୍ରସିଦ୍ଧ କ୍ରିକେଟର୍‌: ଏହି ଦଳରେ ଯୋଗଦେବେ

ନୂଆଦିଲ୍ଲୀ,୨୭।୧୧: ୨୦୨୩ ବିଶ୍ୱକପ୍‌ରେ ନିଜ ଦଳର ଖରାପ ପ୍ରଦର୍ଶନ ପରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଅଧିନାୟକ ଶାକିଲ ଅଲ ହାସନ ବର୍ତ୍ତମାନ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ନିଜ ଘର ଆସନରୁ ନାମାଙ୍କନ ଦାଖଲ କରିବେ।
ଶାକିବ ଅଲ ହାସନ ଶାସକ ଦଳ ‘ଆୱାମୀ ଲିଗ’ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ‘ମାଗୁରା-୧’ ସଂସଦୀୟ ଆସନରୁ ନିର୍ବାଚନ ଲଢିବେ। ଶାକିବ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ
ନଭେମ୍ବର ୬ରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ ସମୟରେ ଶାକିବଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିଲା। ସେ ଏପର୍ଯ୍ୟନ୍ତ ଏହି ଆଘାତରୁ ମୁକ୍ତି ପାଇନାହାଁନ୍ତି। ସେ କେବେ ପଡ଼ିଆକୁ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share