Categories: ଜାତୀୟ

ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୮।୬: ଦୂରଦର୍ଶନର କ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ବୁଧବାର ଦେହାନ୍ତ ହୋଇଛି। ବ୍ରେନ୍‌ ହାମ୍ରେଜ୍‌ ଯୋଗୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗୀତାଞ୍ଜଳି ଦୂରଦର୍ଶନରେ ପ୍ରଥମେ ଇଂରାଜୀ ଆଙ୍କର୍‌ ଥିଲେ। ତାଙ୍କ ମୃତ୍ୟୁ ଖବରରେ ସାମ୍ବାଦିକତା ଜଗତରେ ଶୋକର ଲହରୀ ଖେଳିଯାଇଛି।

ଗୀତାଞ୍ଜଳି ୩୦ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନରେ ଆଙ୍କରିଂ କରୁଥିଲେ। ସେ ସାମ୍ବାଦିକତା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କୁ ୪ଥର ସର୍ବଶ୍ରଷ୍ଠ ଆଙ୍କର୍‌ ଭାବେ ପୁରସ୍କୃତ ହୋଇଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ସଫଳତା ଏବଂ ଅବଦାନ ପାଇଁ ଗୀତାଞ୍ଜଳି ୧୯୮୯ରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ପାଇଥିଲେ। ୧୯୭୧ରେ ସେ ଦୂରଦର୍ଶନରେ ଯୋଗ ଦେଇଥିଲେ।

ଗୀତାଞ୍ଜଳି ଇଂରାଜୀରେ ସ୍ନାତକ ଡିଗ୍ରୀ ଶେଷ କରିବା ପରେ କୋଲକାତାର ଲୋରେଟୋ କଲେଜରୁ ସ୍ନାତକ ହାସଲ କରିଥିଲେ। ସେ ନାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିପ୍ଲୋମା ମଧ୍ୟ କରିଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗୀତାଞ୍ଜଳୀ ବିୟୋଗରେ ସମବେଦନା ଜଣାଇଛନ୍ତି। ତାଙ୍କର ଶେଷକୃତ୍ୟ ଶୁକ୍ରବାର ଦିନ ଅନୁଷ୍ଠିତ ହେବ।

Share