ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ

ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍‌ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ ଏବଂ ଫ୍ୟାଶନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ, ଯାହାକୁ ତାଙ୍କ ମା ପ୍ରୋତ୍ସାହିତ କରିଥିଲେ। ସେ ୧୯୫୭ରେ ଖ୍ରୀଷ୍ଟିଆନ ଡିଆରଙ୍କ ସହ ସେ ଯୋଗ ଦେଇଥିଲେ, ଯିଏକି ଲଣ୍ଡନକୁ ସୌନ୍ଦର୍ଯ୍ୟକରଣ କରିବାର ଦାୟିତ୍ୱ ପାଇଥିଲେ। ସେ ୧୯୮୩ ଏବଂ ୧୯୮୮ରେ ଦୁଇଥର ଫ୍ୟାଶନ ଡିଜାଇନ ପାଇଁ ସର୍ବୋଚ୍ଚ ପୁରସ୍କାର ‘ଡି ଡି’ଅର୍‌’ (‘ଗୋଲ୍ଡେନ ଥିମ୍ବଲ’) ଜିତିଥିଲେ।

Share