ଭୋପାଳ,୧୧।୮: ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ମଙ୍ଗଳବାର ନିଧନ ଘଟିଛି। ହୃଦ୍ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ କାବ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଇନ୍ଦୋରୀଙ୍କ ମୃତ୍ୟୁ ରାଜ୍ୟ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରଙ୍କୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହେବାରୁ ଇନ୍ଦୋରୀଙ୍କୁ ସୋମବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ତାଙ୍କ ପୁଅ ସତଲଜ ସୂଚନା ଦେଇଥିବା ବେଳେ ପରେ ସେ ନିଜେ ଟୁଇଟ କରି ଫେସ୍ବୁକରେ ପ୍ରଶଂସକଙ୍କୁ ଜଣାଇଥିଲେ।