ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ପଞ୍ଜାବୀ ଗାୟକ

ବମ୍ବେ: ଖ୍ୟାତନାମା ଗାୟକ ତଥା ରାପର ଏପି ଢିଲୋନ ଅସୁସ୍ଥ। ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ସେ ଆହତ ହୋଇ ଶୋଇଥିବା ଦେଖାଯାଉଛି। ତେବେ ଏହାକୁ ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। ସମସ୍ତେ ତାଙ୍କର ଆରୋଗ୍ୟ ହେବାର କାମନା କରୁଛନ୍ତି। ଗାୟକ କେଉଁଭଳି ଭାବେ ଆହତ ହେଲେ ତାହା ଜଣାପଡ଼ିନାହିଁ। ହେଲେ ସେ ଅନ୍ତର୍ଜାତୀୟ ଗସ୍ତ କରୁଥିବା ବେଳେ ଆହତ ହୋଇଥିବା କହିଛନ୍ତି। ଏଥିଯୋଗୁ ଲସ୍‌ ଆଞ୍ଜେଲସ୍‌ରେ ହେବାକୁ ଥିବା ତାଙ୍କ କନ୍‌ସର୍ଟକୁ ବାତିଲ କରାଯାଇଛି।

Share