Posted inଖେଳ

ସିଏସ୍‌କେରେ ଧୋନୀଙ୍କ ଭବିଷ୍ୟତ ଉପରେ ମତ ରଖିଲେ ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳି

ଚେନ୍ନାଇ,୬।୭: ୨୦୦୮ରେ ଚେନ୍ନାଇ ସୁପର କଙ୍ଗ୍ସ (ସିଏସ୍‌କେ) ସହ ଯୋଡ଼ି ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ। ତା’ ପରଠୁ ସବୁ ଇତିହାସ ପାଲଟି ଯାଇଛି। ଧୋନୀଙ୍କ ନେତୃତ୍ୱରେ ସିଏସ୍‌କେ ୩ ଥର ଆଇପିଏଲ ଟ୍ରଫି ହାତେଇଥିବାବେଳେ ଦୁଇ ଥର ଜିତିଛି ଚାମ୍ପିୟନ୍ସ ଟ୍ରଫି। ପ୍ରତ୍ୟେକ ସିଜନରେ ସିଏସ୍‌କେ ନେତୃତ୍ୱ ନେଇଛନ୍ତି ଧୋନୀ। ଚଳିତ ବର୍ଷ ମଧ୍ୟ ପ୍ଲେ-ଅଫ୍ସରେ ସିଏସ୍‌କେର ସ୍ଥାନ ପ୍ରାୟତଃ ପକ୍କା ହୋଇସାରିଛି। ଆଗାମୀ ବର୍ଷ ଆଇପିଏଲ ପୂର୍ବରୁ ବଡ଼ ଅକ୍‌ଶନ ହେବ। ଏବେ ଠାରୁ ଧୋନୀଙ୍କ ଭବିଷ୍ୟତ ନେଇ ଆରମ୍ଭ ହୋଇଗଲାଣି ଫ୍ୟାନ୍ସଙ୍କ ମଧ୍ୟରେ କଳ୍ପନାଜଳ୍ପନା।

ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ୍‌ଙ୍କୁ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ, ”ସିଏସ୍‌କେ ଧୋନୀଙ୍କୁ ଦଳରେ ନ ରଖିଲେ, କେଉଁ ଆଇପିଏଲ ଫ୍ରାଞ୍ଚାଇଜ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହିଁବ“। ଏହାର ଉତ୍ତରରେ ହଗ୍‌ ଟୁଇଟ୍‌ କରିଛନ୍ତି, ଧୋନୀ ଚେନ୍ନାଇ ଛାଡ଼ୁ ନାହାନ୍ତି। ସେ ଫ୍ରାଞ୍ଚାଇଜର ମହାରାଜା। ଯଦି ଖେଳାଳି ଭାବେ ସେ ନ ଖେଳନ୍ତି, ତେବେ ସେ କୋଚ୍‌ ଭାବେ ଦଳକୁ ସାହାଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଇଦ୍‌ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍‌ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର...

ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ

ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ମା’ ସମଲେଶ୍ୱରୀ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ଜାତୀୟ ଫୁଟବଲ୍‌ ଖେଳାଳି ନୀନା ପଟ୍ଟନାୟକ ଓ...

ପୁଣି ଶାମି ସିଲଭା ସଭାପତି

କଲମ୍ବୋ,୩୧ା୩: ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ସୋମବାର ଅନୁଷ୍ଠିତ ୬୪ତମ ବାର୍ଷୀକ ସାଧାରଣ ବୈଠକରେ ଶାମି ସିଲଭା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଚତୁର୍ଥ...

ହାର୍ଦ୍ଦିକଙ୍କ ପରେ ରାଜସ୍ଥାନ ଅଧିନାୟକଙ୍କୁ ୧୨ ଲକ୍ଷ ଜରିମାନା

ଗୁଆହାଟୀ, ୩୧ା୩: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୬ରନ ବିଜୟ ମ୍ୟାଚରେ ଏକ ଶ୍ଲୋ ଓଭର ରେଟ୍‌...

IPL 2025ରେ ସୁପରଫ୍ଲପ୍‌ ସାବ୍ୟସ୍ତ ହେଲେ ୨୭ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ଚାଲିନାହିଁ। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ...

Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ...

ନମ୍ବର-୯ରେ ବ୍ୟାଟିଂ କରିବାକୁ ଆସି ଟ୍ରୋଲ ହେଉଛନ୍ତି ଧୋନି, CSK କୋଚ ଖୋଲିଲେ ଏହା ପଛର ରହସ୍ୟ

ନୂଆଦିଲ୍ଲୀ,୩୧।୩: ଏମଏସ ଧୋନି ଆଇପିଏଲ ୨୦୨୫ରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏହି ବ୍ୟାଟିଂ ପୋଜିସନକୁ ଆସିବା ପରେ, ଧୋନିଙ୍କୁ ବହୁତ ଟ୍ରୋଲ କରାଯାଉଛି।...

ଧୋନି ଆଉଟ ହେବା ପରେ କ୍ୟୁଟ ଗର୍ଲଙ୍କ ଖୁବ ହେଉଛି ଚର୍ଚ୍ଚା, ଗୋଟିଏ ରିଆକ୍ସନରେ ପାଲଟିଗଲେ ସୋସିଆଲ ମିଡିଆ ଷ୍ଟାର

ନୂଆଦିଲ୍ଲୀ,୩୧।୩: ଚେନ୍ନାଇ ସୁପର କିଙ୍ଗସ IPL ୨୦୨୫ରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗୁଆହାଟୀରେ ଖେଳାଯାଇଥିବା IPL ୨୦୨୫ର ୧୧ ତମ ମ୍ୟାଚରେ ରାଜସ୍ଥାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image