ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…

ବଲିଉଡ୍‌ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଆଜି ବି ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସାହାଯ୍ୟ ମାଗନ୍ତି, ସୋନୁ ମଧ୍ୟ ସେମାନଙ୍କୁ କେବେ ମନା କରନ୍ତି ନାହିଁ। ବେଳେବେଳେ ସେ ଏପରି ଅଜବ ଅନୁରୋଧ ପାଆନ୍ତି, ଯାହାକୁ ସେ ନିଜ ଶୈଳୀରେ ଉତ୍ତର ଦିଅନ୍ତି। ଏମିତି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସୋନୁଙ୍କୁ ପଚାରିଥିଲେ, ଯିଏ ଶୀତଦିନେ କମ୍ବଳ ବଣ୍ଟନ କରନ୍ତି,ସେ ଗ୍ରୀଷ୍ମ ସମୟରେ ବିୟର ପିଆଇବେ ନାହିଁ।
ସୋନୁ ସୁଦ ମଧ୍ୟ ଏହାର ଉତ୍ତର ଏକ ମଜାଦାର ଅନ୍ଦାଜରେ ଦେଇଛନ୍ତି। ସେ ଲେଖିଛନ୍ତି, ବିୟର ସହିତ ଭୁଜିଆ ଚଳିବ। ସୋନୁଙ୍କ ଏହି ଉତ୍ତରକୁ ୟୁଜର୍ସ ପସନ୍ଦ କରୁଛନ୍ତି।
ଆଜିକାଲି ସୋନୁ ଟିଭି ଶୋ‘ ଏମଟିଭି ରୋଡିଜରେ କାମ କରୁଛନ୍ତି। ଦକ୍ଷିଣ ଆଫ୍ରିକାରେ ଶୁଟିଂ କରାଯାଉଛି। ସେ ଏହି ଶୋ’ରେ ରଣବିଜୟ ସିଂଙ୍କ ସ୍ଥାନ ନେଇଛନ୍ତି। ଗତ ୧୮ବର୍ଷ ଧରି ଏହି ଶୋ ସହିତ ରଣବିଜୟ ଜଡିତ ଥିଲେ। ସୋନୁ ସୁଦ ଖୁବ ଶୀଘ୍ର ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଫିଲ୍ମ ପୃଥ୍ବୀରାଜରେ ନଜର ଆସିବେ। ୟଶ ରାଜ ଫିଲ୍ମ ଦ୍ୱାରା ନିର୍ମିତ ପୃଥ୍ବୀରାଜ ଭାରତୀୟ ରାଜା ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମଟି ଜୁନ ୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

 fan demanded chilled beer from Sonu Sood actor gave hilarious reply


Enter your email to get our daily news in your inbox.

All Right Reserved By Dharitri.Com

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

ଇତିହାସ ରଚିଲା ପୁଷ୍ପା-୨: ବଲିଉଡର ପ୍ରଥମ ଫିଲ୍ମ ଭାବେ କଲା ଏମିତି କାରନାମା 

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର କ୍ରେଜ୍ ପ୍ରଶଂସକଙ୍କ ମନରେ ବଢିବାରେ ଲାଗିଛି । ଏହି ଫିଲ୍ମ କ୍ରମାଗତ ଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି...

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡକୁ ଉଜ୍ଜ୍ୱଳ ଚଳଚ୍ଚିତ୍ର ଦେଇଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri