ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…

ବଲିଉଡ୍‌ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଆଜି ବି ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସାହାଯ୍ୟ ମାଗନ୍ତି, ସୋନୁ ମଧ୍ୟ ସେମାନଙ୍କୁ କେବେ ମନା କରନ୍ତି ନାହିଁ। ବେଳେବେଳେ ସେ ଏପରି ଅଜବ ଅନୁରୋଧ ପାଆନ୍ତି, ଯାହାକୁ ସେ ନିଜ ଶୈଳୀରେ ଉତ୍ତର ଦିଅନ୍ତି। ଏମିତି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସୋନୁଙ୍କୁ ପଚାରିଥିଲେ, ଯିଏ ଶୀତଦିନେ କମ୍ବଳ ବଣ୍ଟନ କରନ୍ତି,ସେ ଗ୍ରୀଷ୍ମ ସମୟରେ ବିୟର ପିଆଇବେ ନାହିଁ।
ସୋନୁ ସୁଦ ମଧ୍ୟ ଏହାର ଉତ୍ତର ଏକ ମଜାଦାର ଅନ୍ଦାଜରେ ଦେଇଛନ୍ତି। ସେ ଲେଖିଛନ୍ତି, ବିୟର ସହିତ ଭୁଜିଆ ଚଳିବ। ସୋନୁଙ୍କ ଏହି ଉତ୍ତରକୁ ୟୁଜର୍ସ ପସନ୍ଦ କରୁଛନ୍ତି।
ଆଜିକାଲି ସୋନୁ ଟିଭି ଶୋ‘ ଏମଟିଭି ରୋଡିଜରେ କାମ କରୁଛନ୍ତି। ଦକ୍ଷିଣ ଆଫ୍ରିକାରେ ଶୁଟିଂ କରାଯାଉଛି। ସେ ଏହି ଶୋ’ରେ ରଣବିଜୟ ସିଂଙ୍କ ସ୍ଥାନ ନେଇଛନ୍ତି। ଗତ ୧୮ବର୍ଷ ଧରି ଏହି ଶୋ ସହିତ ରଣବିଜୟ ଜଡିତ ଥିଲେ। ସୋନୁ ସୁଦ ଖୁବ ଶୀଘ୍ର ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଫିଲ୍ମ ପୃଥ୍ବୀରାଜରେ ନଜର ଆସିବେ। ୟଶ ରାଜ ଫିଲ୍ମ ଦ୍ୱାରା ନିର୍ମିତ ପୃଥ୍ବୀରାଜ ଭାରତୀୟ ରାଜା ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମଟି ଜୁନ ୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

Share