କଟକ ଅଫିସ,୮।୩: ବଡ଼ ମେଡିକାଲର ସର୍ଜରୀ ୱାର୍ଡର ଛାତରୁ ସୋମବାର ଏକ ଫ୍ୟାନ୍ ଖସିପଡ଼ିଛି। ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ ଯାଜପୁର ଜିଲାର ବୋଲି ଜଣାପଡ଼ିଛି ।
ଗତ୪ ଦିନ ତଳେ ଉକ୍ତ ମହିଳା ନିଆଁରେ ପୋଡ଼ି ହୋଇ ଚିକିତ୍ସା ପାଇଁ ବଡ଼ ମେଡିକାଲ ଆସିଥିଲେ । ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ଫ୍ୟାନ ତାଙ୍କ ଉପରେ ଖସି ପଡ଼ିଲା । ତେବେ କିଭଳି ଫ୍ୟାନ ଖସି ପଡ଼ିଲା ତାହା ଜଣାପଡିନି ।