ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଅଭିନେତା ଆଲିଆ ଭଟ୍ଟ ଏବଂ ରଣବୀର ସିଂ ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଛି। ଗୀତରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରୁଛନ୍ତି। ନିକଟରେ ଏକ ଇଭେଣ୍ଟରେ ଜଣେ ପ୍ରଶଂସକ ଆଲିଆଙ୍କୁ ଏକ ଝୁମ୍‌କା କାନଫୁଲ ଉପହାର ଦେଇଥିଲେ। ଏହା ଦେଖି ରଣଭୀର ପ୍ରଶଂସକଙ୍କୁ ପଚାରିଲେ ତାଙ୍କ ପାଇଁ କ’ଣ ଅଛି? ଏହାର ଜବାବରେ ପ୍ରଶଂସକ କହିଥିଲେ ଆପଣଙ୍କ ପାଇଁ ଆଲିଙ୍ଗନ ଅଛି। ପ୍ରଶଂସକଙ୍କ କଥାଶୁଣି ରଣବୀର କୁହନ୍ତି, ତୁମେ ଆଲିଆଙ୍କୁ ଆଲିଙ୍ଗନ କର ଏବଂ ଏହି କାନଫୁଲ ମୋତେ ଦିଅ। ତୁମର ଭାଉଜ ବହୁତ ଖୁସି ହେବ। ଏହା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଥିଲେ। ରଣଭୀର ଏବଂ ଆଲିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।
‘ରକି ଔର ରାନୀ କି ପ୍ରେମ କାହାନୀ’ ଜୁଲାଇ ୨୮ରେ ରିଲିଜ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର। ଏହି ଫିଲ୍ମରେ ଜୟା ବଚ୍ଚନ, ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ଭଳି ତାରକା ଅଛନ୍ତି। ରଣବୀର ଏବଂ ଆଲିଆଙ୍କ ଯୋଡି ପୁଣି ଥରେ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Share