‘ମୋତେ ବିବାହ କର, ୨୦ କୋଟି ଦେବି’

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ କାର୍ତ୍ତିକ ଇନଷ୍ଟାଗ୍ରାମରେ ତାଙ୍କ କୁନି ସହ କଳାକରଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ କୁନି ଝିଅଟି ତାଙ୍କ ଫିଲ୍ମର ଏକ ସଂଳାପ କହୁଥିବାର ନଜର ଆସିଛନ୍ତି। କାର୍ତ୍ତିକ ଏହି ଭିଡିଓ ଶେୟାର କରିବା ପରେ ତାଙ୍କୁ ପ୍ରଶଂସକଙ୍କ ମଜାଳିଆ ପ୍ରଶ୍ନ ପଚାରିଥିଲେ। ଏପରିକି ଜଣେ ମହିଳା ପ୍ରଶଂସକ ବିବାହ ପାଇଁ କାର୍ତ୍ତିକଙ୍କୁ ପ୍ରସ୍ତାବ ଦେଇଥିଲେ। କାର୍ତ୍ତିକ ମୋତେ ବିବାହ କର, ଏହାର ପ୍ରତିବଦଳରେ ମୁଁ ତୁମକୁ ୨୦ କୋଟି ଦେବ। ତେବେ ଏହି ପ୍ରଶ୍ନ ଶୁଣି କାର୍ତ୍ତିକ ମଧ୍ୟ ଅଟକି ନ ଥିଲେ। ସେ ଏକ ମଜାଳିଆ ଉତ୍ତର ଦେଇଥିଲେ, ସେ ଲେଖିଥିଲେ, କେବେ?
କାର୍ତ୍ତିକ ୟଙ୍ଗ ଜେନେରେସନର ମୋଷ୍ଟ ହାପିଙ୍ଗ ଷ୍ଟାର୍‌ ଭାବେ ଜଣାଶୁଣା। ଆଜିକାଲି କାର୍ତ୍ତିକ ଶେହଜାଦା ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ କାର୍ତ୍ତିକଙ୍କ ଫିଲ୍ମ ଭୁଲ ଭୁଲେୟା ୨ ଚଳିତ ବର୍ଷ ମୁକ୍ତିଲାଭ କରିବ।

Share