Categories: ଖେଳ

ଧୋନୀଙ୍କ ପାଦ ଛୁଇଁଲେ ପ୍ରଶଂସକ: ଏମିତି ପ୍ରତିକ୍ରିୟା ଦେଲେ ମାହି

ରାଞ୍ଚି,୨୭।୮:ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ପରଠାରୁ ବିରତିରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଅଧିକାଂଶ ସମୟ ଘରେ ବିତାଇଥାନ୍ତି। ବେଳେବେଳେ ସେ ମଧ୍ୟ ବୁଲିବାକୁ ବାହାରକୁ ଯାଆନ୍ତି। ଅବସର ପରେ ମଧ୍ୟ ଧୋନୀଙ୍କ ପ୍ରଶଂସକ ସଂଖ୍ୟା ହ୍ରାସ ପାଇନାହାଁନ୍ତି। ଏହାର ପ୍ରମାଣ ହେଉଛି ସୋସିଆଲ ମିଡିଆରେ ପ୍ରାୟତଃ ଦେଖାଯାଉଥିବା ଭିଡିଓ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଧୋନୀ ବସିଥିବାର ନଜର ଆସିଛନ୍ତି। ତାଙ୍କ ପାଖରେ ଜଣେ ମହିଳା ପ୍ରଶଂସକ ଛିଡା ହୋଇଛନ୍ତି। ଧୋନୀଙ୍କ ଜଣେ ମହିଳା ପ୍ରଶଂସକ ତାଙ୍କ ପାଦକୁ ସ୍ପର୍ଶ କରନ୍ତି। ଏହା ଦେଖି ଧୋନୀ ତାଙ୍କୁ ଉଠାଇ ତାଙ୍କ ସହ ହାତ ମିଳାନ୍ତି। ଭିଡିଓ ଭାଇରାଲ ପରେ ଧୋନୀଙ୍କୁ ପ୍ରଶଂସକ ବେଶ୍‌ ପ୍ରଶଂସା କରିଛନ୍ତି।

Share