Categories: ଫୁରସତ

ଭେଣ୍ଟିଲେଟରରେ ଥାଇ ଦେଖିବାକୁ ଆସିଲେ ‘ଜୱାନ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ବିଶ୍ୱବ୍ୟାପୀ ପ୍ରଶଂସକ ରହିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜୱାନ’କୁ ୧୧ ଦିନ ହୋଇଥିଲେ ବି ଫିଲ୍ମର କ୍ରେଜ୍‌ ଏପର୍ଯ୍ୟନ୍ତ କମିନି। ବର୍ତ୍ତମାନ ଜୱାନ ସାରା ବିଶ୍ୱରେ ୮୦୦ କୋଟି ରୋଜଗାର କରିଥିବାବେଳେ ଦେଶରେ ୫୦୦ କୋଟି ରୋଜଗାର କଲାଣି। ଶାହରୁଖ୍‌ଙ୍କ ଫ୍ୟାନମାନେ କ୍ରମାଗତ ଭାବେ ଏହାକୁ ଦେଖିବାକୁ ହଲ୍‌କୁ ଯାଉଛନ୍ତି। ଏହାର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ଦିବ୍ୟାଙ୍ଗ ଭେଣ୍ଟିଲେଟରରେ ଥାଇ ମଧ୍ୟ ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପହଞ୍ଚିଛନ୍ତି। ଭିଡିଓରେ ଥିବା ଦିବ୍ୟାଙ୍ଗଙ୍କ ନାମ ଅନିସ୍‌ ଫାରୁଖୀ ବୋଲି ଜଣାପଡିଛି। ଯୁବକ ଜଣକ ଶାହରୁଖ୍‌ଙ୍କ ଜଣେ ବଡ଼ ପ୍ରଶଂସକ। ‘ଜୱାନ’ର ବାହାବା ଶୁଣିବା ପରେ ସେ ଏହି ଫିଲ୍ମ  ଥିଏଟରରେ ଦେଖିବାକୁ ଇଚ୍ଛା କରୁଥିବା ପରିବାର ଲୋକଙ୍କୁ କହିଥିଲେ। ଅନିସଙ୍କ ଅବସ୍ଥା ପାଇଁ ପ୍ରଥମେ ଘର ଲୋକେ ଚିନ୍ତାରେ ପଡ଼ିଥିଲେ। ପରେ ସେ ତାଙ୍କ ଅବସ୍ଥାକୁ ଅନୁଧ୍ୟାନ କରି ‘ଜୱାନ’ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଇ ଫିଲ୍ମ ଦେଖିବାକୁ ନେଇଥିଲେ। ଫିଲ୍ମ ଦେଖିବା ପରେ ଅନିସ୍‌ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

Share