ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ

ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍‌ ହୁଡାଙ୍କ ‘ରେଟ୍‌ ଅନ୍‌ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛି। ଉକ୍ତ କମ୍ପାନୀ ପୂର୍ବରୁ ଚଳଚ୍ଚିତ୍ର ‘ଜଷ୍ଟିସ ଫର ଗୁଡ୍‌ କଣ୍ଟେଣ୍ଟ’ ଶେଷ କରିଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ହାଜି। ତେବେ ଅଲ୍ଲୀ ହାଜି ହେଉଛନ୍ତି ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ କିମ୍ବା ଫି୍‌ଲ୍ମ ‘ତାରା ରମ୍‌ ପମ୍‌’ରେ ସୈଫ ଅଲ୍ଲୀ ଖାଁ ଓ ରାଣି ମୁଖାର୍ଜୀଙ୍କ ସହ ଅଭିନୟ କରିଥିବା ଶିଶୁ କଳାକାର। ସେ ଏବେ ବଡ଼ ହୋଇଯାଇଛନ୍ତି। ଚଳଚ୍ଚିତ୍ର ଲେଖିବା ସହ ସେ ନିର୍ଦ୍ଦେଶନା ଦେଉଛନ୍ତି। ‘ଜଷ୍ଟିସ ଫର୍‌ ଗୁଡ କଣ୍ଟେଣ୍ଟ’ ଅଲ୍ଲୀଙ୍କଦ୍ୱାରା ନିର୍ମିତ ହେଉଥିବା ପ୍ରଥମ ଫିଲ୍ମ। ‘ଜଷ୍ଟିସ ଫର୍‌ ଗୁଡ କଣ୍ଟେଣ୍ଟ’ ଚଳଚ୍ଚିତ୍ରର ରାଜ ଜୁଟସି, ଡେଲନାଜ ଇରାନୀ, ବିଜୟ ପାଟକର, ସୁରେଶ ମେନନ ଏବଂ ରାଜକୁମାର କାନୁଜିଆ ଅଭିନୟ କରିଛନ୍ତି।

Share