ସଲମାନଙ୍କୁ ବିବାହ କରିବାକୁ ଏହି ଅଭିନେତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନଙ୍କ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ଜାଣିବାକୁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି କେହି ଅବିବାହିତ ଅଛନ୍ତି, ସେ ସେମାନଙ୍କୁ ପ୍ରଶ୍ନ ପଚାରନ୍ତି ସେ କେବେ ଏବଂ କାହାକୁ ବିବାହ କରିବେ। ଏଥିସହିତ ପ୍ରଶଂସକମାନେ ସୋସିଆଲ ମିଡିଆରେ ମଧ୍ୟ ପରାମର୍ଶ ଦେଇଥାନ୍ତି। କିଛି ୟୁଜର ‘ବୀର’ ଫିଲ୍ମ ଅଭିନେତ୍ରୀ ଜରିନ ଖାନ୍‌ଙ୍କୁ ଏମିତି ପରାମର୍ଶ ଦେଇଛନ୍ତି।

ଇନଷ୍ଟାଗ୍ରାମ ଲାଇଭ୍‌ ଚାଟରେ ଜରିନ ପ୍ରଶଂସକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଜଣେ ୟୁଜର ତାଙ୍କୁ ଭାଇଜାନ ସଲମାନ ଖାନ୍‌ଙ୍କୁ ବିବାହ କରିବାକୁ କହିଥିଲେ। ଜରିନ ତୁରନ୍ତ ଏହାର ଜବାବ ଦେଇ କହିଛନ୍ତି,
ସଲମାନଙ୍କୁ ସେ ତାଙ୍କ ଗଡ୍‌ଫାଦର ବୋଲି କହିଛନ୍ତି। ତେବେ ସେ କହିଛନ୍ତି, ଛୋଟ ଛୋଟ କାମ ପାଇଁ ସେ ତାଙ୍କ ସାହାଯ୍ୟ ନିଅନ୍ତି ନାହିଁ। ପ୍ରଶଂସକମାନେ ଜରିନ ଷ୍ଟାଇଲ୍‌କୁ ବହୁତ ପସନ୍ଦ କରନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ପ୍ରସିଦ୍ଧ। ସେ ସଲମାନ ଖାନଙ୍କ ସହ ଅନେକ ଗୀତରେ ଡ୍ୟାନ୍ସ କରିଛନ୍ତି।

Share