କିଆରାଙ୍କୁ ଭେଟିବାକୁ ପ୍ରଶଂସକ ବ୍ୟାକୁଳ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। କିଆରାଙ୍କର ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।ସେ ଫ୍ୟାନ ପେଜ୍‌ ମାଧ୍ୟମରେ ତାଙ୍କୁ ଭେଟିବାକୁ ଚାହୁଁଥିବା ଜଣାଇଥିଲେ। ଏଥିସହ ସେ ଏକ ବଡ଼ ନୋଟ ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ, ମୋ ପାଇଁ କିଆରା ମ୍ୟାଡମ ଜଣେ ଆଦର୍ଶ। ତାଙ୍କୁ ଭେଟିବା ମୋ ପାଇଁ ସୁବୁଠାରୁ ସୁନ୍ଦର ମୁହୂର୍ତ୍ତ ହେବ। କିନ୍ତୁ ମୁଁ ଦୁଃଖିତ ଯେ, ମ୍ୟାଡମ ବହୁତ ଥର ଦିଲ୍ଲୀ ଆସିସାରିଛନ୍ତି କିନ୍ତୁ ମୁଁ ତାଙ୍କୁ ସାକ୍ଷାତ କରିପାରୁ ନାହିଁ। ଆଗକୁ ମୁଁ ତାଙ୍କୁ ନିଶ୍ଚୟ ଭେଟିବି। ମୋର ଏହି ସ୍ବପ୍ନ ଶ୍ରୀଘ୍ର ପୂରଣ ହେବ ବୋଲି ମୁଁ ଆଶା କରୁଛି।
ଏହାର ଉତ୍ତରରେ କିଆରା ଲେଖିଛନ୍ତି, ସ୍ବପ୍ନ ସତ ହୁଏ ଏବଂ ପୂରଣ ମଧ୍ୟ ହୁଏ। ବହୁତ ଶୀଘ୍ର ଆପଣଙ୍କର ଏହି ସ୍ବପ୍ନ ପୂରଣ ହେବ। କିୟାରାଙ୍କ ଏହି ଉତ୍ତର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି।

Share