Categories: ଖେଳ

ଧୋନୀଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ଚେନ୍ନାଇ,୧୭।୩: ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଚାରିଥର ଆଇପିଏଲ ଚାମ୍ପିଅନ ହୋଇଛି। ଏଥର ମଧ୍ୟ ଦଳକୁ ଚାମ୍ପିଅନ୍‌ କରିବାକୁ ପଡିଆକୁ ଧୋନୀ ଓହ୍ଲାଇବେ। ଧୋନୀ ପଡ଼ିଆରେ ଯେତିକି ଶାନ୍ତ, ବ୍ୟକ୍ତିଗତ ଜୀବନରେ ସେ ସେତିକି ମଜାଳିଆ। ନିକଟରେ ଜଣେ ପ୍ରଶଂସକ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସେ ମଜାଳିଆ ଅନ୍ଦାଜ୍‌ରେ ଦେଇଥିଲେ।
ସିଏସ୍‌କେର ପ୍ରଯୋଜକ ଇଣ୍ଡିଆ ସିମେଣ୍ଟସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଶଂସକ କହିଥିଲେ, ସାର୍‌, ମୁଁ ଆପଣଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିବି କି?’ ଏହାର ଜବାବରେ ଧୋନୀ କହିଥିଲେ ‘ପଚାର, ପଚାର … ତୁମେ ମୋତେ ଯେକୌଣସି ପ୍ରଶ୍ନ ପଚାରି ପାରିବ, ଏହା ପରେ ମୁଁ ଉତ୍ତର ଦେବି କି ନାହିଁ ତାହା ସ୍ଥିର କରିବି।’ ଏହାଶୁଣି ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ।
ତା’ପରେ ପ୍ରଶଂସକ ପଚାରିଥିଲେ, ସମସ୍ତେ ଜାଣନ୍ତି ଯେ ତୁମେ ନମ୍ବର -୧। ଆପଣ ପ୍ରତ୍ୟେକ କ୍ଷେତ୍ରରେ ନମ୍ବର-୧ ଅଟନ୍ତି, କିନ୍ତୁ ଯେତେବେଳେ ଆପଣ ଘରକୁ ଯାଆନ୍ତି, କିଏ ନମ୍ବର -। ଏହାର ଜବାବରେ ଧୋନୀ କହିଥିଲେ, ତୁମର ଚତୁର୍ଦ୍ଦିଗରେ ଥିବା ସମସ୍ତଙ୍କୁ ଦେଖ, ସମସ୍ତେ ହସୁଛନ୍ତି, କାରଣ ସମସ୍ତେ ଜାଣନ୍ତି ଯେ, ଘର ଭିତରକୁ ଯିବା ପରେ ସ୍ତ୍ରୀ ନମ୍ବର -୧।

Share