Categories: ଖେଳ

କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ‘ଅକାୟ’ଙ୍କ ଡେବ୍ୟୁ ଦାବି କଲେ ପ୍ରଶଂସକ, ଭାଇରାଲ ହେଉଛି ପୋଷ୍ଟର

ନୂଆଦିଲ୍ଲୀ,୨୮।୨: ଭାରତୀୟ ଖେଳାଳି ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି, ଯାହା ବିଷୟରେ ସେ ଫେବୃଆରୀ ୨୦ରେ ସୂଚନା ଦେଇଥିଲେ। କୋହଲିଙ୍କ ଘରେ ଏକ ଶିଶୁପୁତ୍ର ଜନ୍ମ ହୋଇଛି। ଯାହାର ନାମ ସେ ‘ଅକାୟ’ ରଖିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ କୋହଲିଙ୍କ ଫେରିବା ପୂର୍ବରୁ ‘ଅକାୟ’ଙ୍କ ଡେବ୍ୟୁ କରିବାକୁ ଦାବି କରିଛନ୍ତି, ଯାହାକି ଏକ ମାସର ମଧ୍ୟ ହୋଇନାହାନ୍ତି।

ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ କୋହଲିଙ୍କୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଘରୋଇ ଟି -୨୦ସିରିଜରେ ଦେଖିବାକୁ ମିଳିଥିଲା। ଏବେ ଭାରତୀୟ ବ୍ୟାଟର୍‌ ଆଇପିଏଲ ଜରିଆରେ କ୍ରିକେଟ ପଡ଼ିଆକୁ ଫେରିବେ, ଯେଉଁଠାରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିବା ଦେଖିବାକୁ ମିଳିବ। କିନ୍ତୁ ବିରାଟଙ୍କ ଫେରିବା ପୂର୍ବରୁ ଲୋକମାନେ ତାଙ୍କ ପୁଅର ଡେବ୍ୟୁ କରିବାକୁ ଦାବି କରିଛନ୍ତି।

ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପ୍ରଶଂସକମାନେ ଏକ ଆକର୍ଷଣୀୟ ପୋଷ୍ଟର ସହିତ ଦେଖାଦେଇଥିଲେ, ଯେଉଁଥିରେ‘ଅକାୟ’ଙ୍କ ଡେବ୍ୟୁ ପାଇଁ ଦାବି ରହିଥିଲା। ଏହି ପୋଷ୍ଟରେ ଲେଖାଥିଲା, ଆମେ ଅକାୟଙ୍କ ଡେବ୍ୟୁ ଚାହୁଁ। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share