ରାମାୟଣ’ର ଲକ୍ଷଣଙ୍କୁ ନୂଆ ଲୁକ୍‌ ଦେଲେ ପ୍ରଶଂସକ

କରୋନା ଲକ୍‌ଡାଉନ୍‌ ଯୋଗୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏବେ ପୁଣିଥରେ ଟିଭିରେ ପ୍ରସାରିତ ହେଉଛି। ଏହା ଦ୍ୱାରା ପ୍ରଶଂସକଙ୍କ ସୃତି ପୁଣିଥରେ ଉଜ୍ଜୀବିତ ହୋଇଯାଇଛି। ରାମାୟଣର ଲକ୍ଷଣ ଅର୍ଥାତ୍‌ ସୁନୀଲ ଲହଟୀ ଟୁଇଟରରେ ଖୁବ୍‌ ସକ୍ରିୟ। ସେ ପ୍ରତିଦିନ ପ୍ରଶଂସକଙ୍କୁ ନୂଆ କାହାଣୀ ଶୁଣାଇଥାନ୍ତି। ବର୍ତ୍ତମାନ ସୁନୀଙ୍କ ପ୍ରଶଂସକ ତାଙ୍କୁ ଏକ ନୂଆ ଲୁକ୍‌ ଦେଇଛନ୍ତି। ଯାହାକୁ ସୁନୀଲ ପସନ୍ଦ ମଧ୍ୟ କରିଛନ୍ତି। ପ୍ରଶଂସକମାନେ ତାଙ୍କର ଏକ ପୁରୁଣା ପଟୋକୁ ଫେସ୍‌ଆପ୍‌ ସାହାଯ୍ୟରେ ଝିଅରେ ପରିଣତ କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନିଜେ ସୁନୀଲ ଏହି ଫଟୋକୁ ଶେୟାର କରି ଉକ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share