ସଲମାନଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ, ଭାଇଜାନ କହିଲେ…

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ ମୁକ୍ତିଲାଭ କରିଛି। ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ବହୁତ ସମୟ ପରେ ସଲମାନ ବଡ ପରଦାରେ ନଜର ଆସୁଛନ୍ତି। ଫିଲ୍ମ ରିଲିଜ୍‌ ହେବା ପରେ ପ୍ରଶଂସକମାନେ ପୋଷ୍ଟରରେ କ୍ଷୀର ଢାଳୁଥିବାର ଦେଖାଯାଇଛି। ସଲମାନ ଇନଷ୍ଟାଗ୍ରାମରେ ଏହାର ଭିଡିଓ ଶେୟାର କରିଛନ୍ତି। ସେ ପ୍ରଶଂସକଙ୍କୁ ଏହା ନକରିବାକୁ ନିବେଦନ କରିଛନ୍ତି।
ଏହି ଭିଡିଓ ପୋଷ୍ଟ କରିବାବେଳେ ସଲମାନ କ୍ୟାପସନରେ ଲେଖିଛନ୍ତି ଯେ, ଅନେକ ଲୋକ ପାଣି ପାଉନାହାଁନ୍ତି, ଏପରି ପରିସ୍ଥିତିରେ ଆପଣ କ୍ଷୀର ନଷ୍ଟ କରୁଛନ୍ତି। ଯଦି ତୁମକୁ କ୍ଷୀର ଦେବାର ଅଛି, ତେବେ ମୁଁ ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ତୁମେ ଏହାକୁ ଗରିବ ପିଲାମାନଙ୍କୁ ଦେବା ଉଚିତ୍‌। ଯେଉଁମାନେ ପିଇବାକୁ କ୍ଷୀର ପିଇବାକୁ ପାଆନ୍ତି ନାହିଁ। ସୋସିଆଲ ମିଡିଆରେ ଥିବା ସମସ୍ତ ପ୍ରଶଂସକ ଏହା ଶୁଣିବା ପରେ ସଲମାନଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ଜଣେ ୟୁଜର୍ସ ଲେଖିଛନ୍ତି – ତୁମେ ପ୍ରକୃତରେ ବହୁତ ଭଲ ବ୍ୟକ୍ତି ଭାଇ।
ନଭେମ୍ବର ୨୬ରେ, ସଲମାନଙ୍କ ଫିଲ୍ମ ଶେଷରେ ଦେଶର ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ତାଙ୍କ ଭିଣୋଇ ଆୟୁଷ ଶର୍ମା ସଲମାନ ଖାନଙ୍କ ସହ ନଜର ଆସିଛନ୍ତି। ପ୍ରଥମ ଥର ପାଇଁ ବଡ଼ ପରଦାରେ ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଯୋଡି ଦେଖିବାକୁ ମିଳୁଛି। ଟିଭି ଅଭିନେତ୍ରୀ ମହିମା ମାକୱାନା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ‘ଅନ୍ତିମ’ ଫିଲ୍ମରେ ସଲମାନଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ମିଳିଛି। ଏହି ସମୟରେ ଆୟୁଷ ଶର୍ମା ଏହି ଫିଲ୍ମରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି। ମହେଶ ମଞ୍ଜରେକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Share