ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ ପୂର୍ବ ଅପେକ୍ଷା ପତଳା ଦିଶୁଛନ୍ତି। ଏହା ପରେ ତାଙ୍କର ଅନେକ ଫଟୋ
ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ କମେଡି କୁଇନ୍ଙ୍କ ନୂଆ ଲୁକ୍କୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି।
ଭାରତୀଙ୍କ ଟ୍ରାନ୍ସଫର୍ମେସନ ଫଟୋରେ ସେ ବହୁତ ପତଳା ଦେଖାଯାଉଛନ୍ତି। ଏହି ଫଟୋରେ ସେ ଏକ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧି ନଜର ଆସିଛନ୍ତି। ଯେଉଁ ଡ୍ରେସ୍ଟି ତାଙ୍କୁ ଖୁବ୍ ମାନୁଛି।
ଭିନ୍ନ ଭିନ୍ନ ପୋଜ୍ରେ ଭାରତୀଙ୍କୁ ଦେଖିବାକୁ ମିଳିଛି। ସେ ଏକ କଳା ରଙ୍ଗର ଭ୍ୟାନିଟି ପକାଇଥିବା ଦେଖିବାକୁ ମିଳିଛି।