ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ବଲିଉଡ୍‌ର ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ଜଣାଶୁଣା। ସୋସିଆଲ ମିଡିଆରେ ମଲ୍ଲିକାଙ୍କ ପ୍ରଶଂସକମାନେ କେବଳ ତାଙ୍କ ଫଟୋକୁ ଅପେକ୍ଷା କରି ରହିଥାନ୍ତି। ସେ ମଧ୍ୟ କେବେ କାହା ହୃଦୟ ଭାଙ୍ଗନ୍ତି ନାହିଁ, ଇନ୍‌ଷ୍ଟାଗ୍ରାମରେ ଏବେ ଏକ ହଟ୍‌ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ମଲ୍ଲିକା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ମେରୁନ୍‌ କଲରର ଡ୍ରେସ୍‌ ପିନ୍ଧି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ବେଶ୍‌ ଗ୍ଲାମରସ ଲାଗୁଛନ୍ତି। କେହି କେହି ତାଙ୍କର ଏହି ଫଟୋରେ ହାର୍ଟ ଇମୋଜି ଦେଇଛନ୍ତି ତ ଆଉ କେହି ନିଅଁା ଲଗାଇ ଦେଲ ବୋଲି କମେଣ୍ଟ କରିଛନ୍ତି।

ଖାଲି ଏତିକି ନୁହେଁ, ମଲ୍ଲିକାଙ୍କ ଏହି ପୋଷ୍ଟରେ ତାଙ୍କୁ ଜଣେ ପ୍ରଶଂସକ ବିବାହ ପ୍ରସ୍ତାବ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ତୁମକୁ ଭଲ ପାଏ, ମୋତେ ବିବାହ କରିବ କି? ମଲ୍ଲିକା କହିଛନ୍ତି, ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ, ସେ ଏଭଳି ଅଫର ଆଗରୁ ଅନେକ ପାଇଛନ୍ତି।

Share