ଏହି ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ଖୁବ୍‌ ହଟ୍‌ ଦିଶୁଛନ୍ତି।

ମୌନୀ ଏକ ଧଳା ରଙ୍ଗର ଷ୍ଟାଇଲସ ବ୍ଲାଉଜ ଏବଂ ମ୍ୟାଚିଂ କରି ଟ୍ରାନ୍ସପାରେଣ୍ଟ ଷ୍ଟଲରେ ନଜର ଆସିଛନ୍ତି। ଲମ୍ବା ଏବଂ ଓଜନିଆ ଇୟରିଙ୍ଗ୍‌ ବି ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍‌ ଏବେ ପ୍ରଶଂସକଙ୍କ ହୃଦୟରେ ନିଆଁ ଲଗାଇ ଦେଇଛି।

ଫଟୋ ଶେୟାର କରି ମୌନୀ ଲେଖିଛନ୍ତି, କୌଣସି କାହାଣୀର ଶେଷ ସବୁଠୁ ଭଲ ହୋଇଥାଏ। କିନ୍ତୁ ଏହାର ଯାତ୍ରା…। ପ୍ରଶଂସକମାନେ ତାଙ୍କର ଲୁକ୍‌କୁ ନେଇ ବେଶ୍‌ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବହୁତ ସୁନ୍ଦର। ଖାଲି ୟୁଜର ନୁହନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ କମେଣ୍ଟ କରିଛନ୍ତି। ଅର୍ଜୁନ ବିଜଲାନି ବି ମୌନୀଙ୍କର ପ୍ରଶଂସା କରିଛନ୍ତି।

Share