ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ପଠାଇଲେ ପ୍ରଶଂସକ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଣ ଠାକୁର ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ଅଭିନେତ୍ରୀ ଇନଷ୍ଟା ଆକାଉଣ୍ଟରେ ଶ୍ଲୋ ମୋଶନର ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି କ୍ଲିପ୍‌ରେ ଅଭିନେତ୍ରୀ ନିଜର ଅଳଙ୍କାର ପ୍ରଦର୍ଶନ କରୁଥିବା ଅନେକ ପୋଜ ଦେଇଥିଲେ। ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି। ସୋନି ରଜଦାନ ଏବଂ ଇଶା ଗୁପ୍ତା ମଧ୍ୟ ଏହି ଅଭିନେତ୍ରୀଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ମେରି ତରଫ ସେ ରିସ୍ତା ପକ୍କା। ପ୍ରଶଂସକଙ୍କ ଏହି ମଜାଳିଆ ମନ୍ତବ୍ୟର ଉତ୍ତର ଦେଇ ଅଭିନେତ୍ରୀ ଲେଖିଛନ୍ତି, ମେରି ତରଫ ସେ ନା ହୈ।

କହିରଖୁଛୁ ଯେ, ଅଭିନେତ୍ରୀ ମୃଣାଣଙ୍କୁ ଶେଷ ଥର ପାଇଁ ଦୁଲୁକର ସଲମାନ ବିପକ୍ଷରେ ତେଲୁଗୁ ଚଳଚ୍ଚିତ୍ର ‘ସୀତା ରାମମ’ରେ ଦେଖିବାକୁ ମିଳିଥିଲା। ଏଥିସହ ଅକ୍ଷୟ କୁମାରଙ୍କ ସହ ‘ସେଲଫି’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଫେବୃୟାରୀ ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

Share