ରାଜସ୍ଥାନୀ ଲୁକ୍ସରେ ଜାହ୍ନବୀଙ୍କ ଫଟୋ ଶୁଟ୍ ଦେଖି ଦିୱାନା ହେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ତାଙ୍କ ଲୁକ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିଜ ଭିନ୍ନ ଭିନ୍ନ ଲୁକ୍ସର ଫଟୋ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଶେୟାର କରିଥାଆନ୍ତି । ନିକଟରେ ଜାହ୍ନବୀ ତାଙ୍କର କିଛି ସୁନ୍ଦର ଫଟୋ ଶେୟାର କରିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଲୁକ୍ସ କଥା ଯଦି କହିବା ଏଥିରେ ଜାହ୍ନବୀ ଭିନ୍ନ ଭିନ୍ନ ରାଜସ୍ଥାନୀ ଲୁକ୍ସରେ ନଜର ଆସୁଛନ୍ତି । କିଛି ଫଟୋରେ ସେ ମେରୁନ ଲେହେଙ୍ଗାରେ ନଜର ଆସିଛନ୍ତି । ମିନିମଲ ମେକଅପ ସହ ଓପନ ହେୟାର୍ସରେ ଅଭିନେତ୍ରୀ ତାଙ୍କ ଲୁକ୍ସକୁ କମ୍ଲିଟ କରିଛନ୍ତି ।
ଆଉ କିଛି ଫଟୋରେ ଜାହ୍ନବୀ ପିଙ୍କ କଲର ଲେହେଙ୍ଗାରେ ନଜର ଆସିଛନ୍ତି । ଏହାସହ ଅଭିନେତ୍ରୀ ଡାଇମଣ୍ଡ ଜୁଏଲରୀ କ୍ୟାରି କରିଛନ୍ତି । ପିଙ୍କ ଲେହେଙ୍ଗାରେ ହ୍ୱାଇଟ ଏମ୍ରୋଡରୀ ହୋଇଛି । ଅଭିନେତ୍ରୀ ମଥାରେ ମ୍ୟାଚିଙ୍ଗ ଦୁପଟ୍ଟା ପିନ୍ଧିଛନ୍ତି । ଅଭିନେତ୍ରୀ ଲାଜୁଆ ଢଙ୍ଗରେ ବସିଥିବା ବେଳେ ପଛରେ ଐତିହାସିକ ପ୍ରାସାଦ ନଜର ଆସୁଛି ।
ଜାହ୍ନବୀ ପ୍ରତିଟି ଆଉଟ୍ ଫିଟରେ ସୁନ୍ଦର ଲାଗୁଛନ୍ତି । ଏହି ଫଟୋକୁ ଦେଖି ଫିଦା ହୋଇଛନ୍ତି ପ୍ରଶଂସକ ।

Share