ଅଭିନେତ୍ରୀଙ୍କ ବୋଲ୍ଡ ଲୁକ୍‌ ଦେଖି ପ୍ରଶଂସକ ଘାଇଲା

ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଷ୍ଟାଇଲ୍‌ ଏବଂ ବୋଲ୍ଡ ଲୁକ୍‌କୁ ନେଇ ପ୍ରଶଂସକଙ୍କୁ ଘାଇଲା କରିଦିଅନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ମୋନାଲିସାଙ୍କ ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ। ତାଙ୍କର ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ପାଗଳପ୍ରାୟ।

କିଛିଦିନ ପୂର୍ବରୁ ମୋନାଲିସା ଖ୍ରୀଷ୍ଟମାସ ପାଳି ଚର୍ଚ୍ଚାରେ ଥିଲେ। ଏବେ ନୂଆବର୍ଷକୁ ନେଇ ସେ ଖୁବ୍‌ ଉତ୍ସାହିତ ଥିବା ପରି ମନେ ହେଉଛନ୍ତି। ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ମୋନାଲିସା ଖୁବ୍‌ ହଟ୍‌ ଦିଶୁଛନ୍ତି। ସେ ଏକ ବ୍ଲୁ ଆଉ ଅରେଞ୍ଜ କଲରର ଡିପ୍‌ ନେକ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ଏଥିରେ ସେ ଖୁବ୍‌ ଆକର୍ଷଣୀୟା ଦିଶୁଛନ୍ତି।

ଫଟୋ ଶେୟାର କରି ମୋନାଲିସା କ୍ୟାପଶନ ଲେଖିଛନ୍ତି, ‘୨୦୨୧ ଶେଷ ବୁଧବାର’। ମୋତେ ଏହି ଥ୍ରୋ-ବ୍ୟାକ୍‌ ଫଟୋ ମନେ ପଡ଼ିଲା। ୨୦୨୨ କାଉଣ୍ଟଡାଉନ ହୋଇଯାଇଛି। ଆଉ ଦୁଇଦିନ ପରେ ଏହାକୁ ସ୍ବାଗତ କରିବାକୁ ଯାଉଛି। ସମୁଦ୍ର କୂଳରେ ଠିଆ ହୋଇ ବିଭିନ୍ନ ପୋଜ୍‌ ଦେଇଛନ୍ତି ସୁନ୍ଦରୀ ମୋନାଲିସା।

ତାଙ୍କର ଏହି ଫଟୋଗୁଡ଼ିକୁ ଦଶର୍କମାନେ ବେଶ୍‌ ପସନ୍ଦ କରିଛନ୍ତି। ମାତ୍ର ୪ ଘଣ୍ଟାରେ ୪୦ ହଜାର ଲୋକ ଫଟୋଗୁଡ଼ିକୁ ପସନ୍ଦ କରିସାରିଲେଣି। କମେଣ୍ଟ ମଧ୍ୟ ବନ୍ୟା ପରି ବହୁଛି। ଜଣେ ୟୁଜର ଲେଖିଛନ୍ତି, ଫଟୋଗୁଡ଼ିକ ଖୁବ୍‌ ସୁନ୍ଦର ହେଇଛି। ଆଉ ଜଣେ ୟୁଜର କହିଛନ୍ତି, ଏମିତି ଡ୍ରେସ ପିନ୍ଧନା। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଏତେ ମେକ୍‌ଅପ୍‌ ପରେ ସବୁ ଦିଶୁଛି।

ଏମିତିରେ ମୋନାଲିସା ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କର ସୋସିଆଲ ମିଡିଆରେ ୪.୯ ମିଲିୟନ ଫଲୋଅର୍ସ ଅଛନ୍ତି। ଯେଉଁମାନେ ତାଙ୍କୁ ପସନ୍ଦ କରନ୍ତି। ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମୋନାଲିସାଙ୍କ ନାମ ବି ଶୀର୍ଷରେ ରହିଛି। ସେ ବିଗ୍‌ବିସ-୧୦, ନଚ୍‌ ବଲିୟେ ଏବଂ କେତେକ ରିୟାଲିଟି ଶୋ’ରେ ନଜର ଆସିଛନ୍ତି।

Share