Categories: ଖେଳ

ଧୋନୀଙ୍କ ସହ ଆଫଗାନ ଷ୍ଟାରଙ୍କ ଫଟୋ ଦେଖି ପ୍ରଶଂସକ ଖପ୍ପା

ଲକ୍ଷ୍ନୌ,୪ା୫: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୩ ର ୪୫ ତମ ମ୍ୟାଚ ଖେଳାଯାଇଥିଲା। ତେବେ ବର୍ଷା ହେତୁ ଏହି ମ୍ୟାଚ୍‌ ଶେଷ ହୋଇପାରି ନ ଥିଲା। ଫଳସ୍ବରୂପ, ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମ୍ୟାଚ୍‌ ବାତିଲ ହେବା ପରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଲକ୍ଷ୍ନୌ ଖେଳାଳିଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ, ଏଲ୍‌ଏସ୍‌ଜି ଦ୍ୱାରା ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ବିଶେଷ ଫଟୋ ମଧ୍ୟ ଶେୟାର କରାଯାଇଛି।

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଶେୟାର କରିଥିବା ଫଟୋରେ ଆଫଗାନିସ୍ତାନ ଷ୍ଟାର ଫାଷ୍ଟ ବୋଲର ନବୀନ ଉଲ ହକ୍‌ ମଧ୍ୟ ଧୋନୀଙ୍କ ସହ ନଜର ଆସିଛନ୍ତି। ଧୋନୀଙ୍କ ସହ ପ୍ରଶଂସକମାନେ ନବୀନଙ୍କ ଫଟୋକୁ ପସନ୍ଦ କରୁନାନାହାନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆ ଜରିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

Share