ମଲାଇକାଙ୍କ ୱିକନେସ୍‌

ମୁମ୍ବାଇ: ବଲିଉଡ୍ ବୋଲ୍ଡ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବୋଲ୍ଡ ଫଟୋ ଶୁଟ ହେଉ ଅବା ରିଲେସନଶିପ ଏହାକୁ ନେଇ ଅଧିକାଂଶ ସମୟରେ ସେ ଚର୍ଚ୍ଚାରେ ରହିଥାଆନ୍ତି । ଅର୍ଜୁନ କପୁରଙ୍କ ସହ ଥିବା ତାଙ୍କର ରିଲେସନଶିପକୁ ନେଇ ସବୁବେଳେ ଚାଲିଥାଏ ଗସିପ୍ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ଅନେକ ସମୟରେ ସେ ତାଙ୍କର କିଛି ଫଟୋ ଓ ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହୋଇଥାଆନ୍ତି । ନିକଟରେ ସେ ଏମିତି କିଛି ଫଟୋ ଶେୟାର କରି ପ୍ରଶଂସକଙ୍କୁ ତାଙ୍କ ୱିକନେସ୍ କଥା କହିଛନ୍ତି ।
କିଛିଦିନ ତଲେ ମଲାଇକା ତାଙ୍କ ବନ୍ଧୁମାନଙ୍କ ସହ ମିଶି ଡିଜାଇନର ମନିଷ ମାଲହୋତ୍ରାଙ୍କ ଘରକୁ ଲଞ୍ଚ ଡେଟରେ ଯାଇଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଆଉ ଗୋଟିଏ ଫଟୋ ଅପଲୋଡ କରି ସେ ଲେଖିଛନ୍ତି, ମେରି ସବସେ ବଡି କମଜୋରି, ବେସନ କେ ଲଡୁ । ଏଥିରୁ ଜଣପଡିଥିଲା କି ମଲାଇକାଙ୍କର ୱିକନେସ୍ ହେଉଛି ବେସନ ଲଡୁ । ସେ ଏହାକୁ ଖାଇବାକୁ ବେଶ ପସନ୍ଦ କରନ୍ତି । ଏମିତିରେ ମଲାଇକା ଖୁବ୍ ଫୁଡି । ଅନେକ ସମୟରେ ସେ ତାଙ୍କ ଗ୍ଲାମସର ଫଟୋ ବ୍ୟତୀତ ନିଜେ ରୋଷେଇ କରୁଥିବାର କିଛି ଭିଡିଓ ବି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Share