Categories: ଖେଳ

ଧୋନୀଙ୍କ ପାଇଁ ପାଗଳ ଫ୍ୟାନ୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ପଡିଆରୁ ଦୂରେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଜୈବିକ କୃଷି ଚାଷ ଆରମ୍ଭ କରିଛନ୍ତି। ୨୦୧୯ ବିଶ୍ୱକପ୍‌ ପରଠାରୁ ଭାରତୀୟ ଦଳର ବାହାରେ ଥିବା ମାହିଙ୍କ ଦେଶ ବିଦେଶରେ ଅନେକ ଫ୍ୟାନ୍‌ ଅଛନ୍ତି। ଏମିତି ଜଣେ ଫ୍ୟାନ୍‌ ହେଉଛନ୍ତି ଶିଖର ପାଣ୍ଡେ। ସେ ନିକଟରେ ନିଜ ହାତରେ ମାହିଙ୍କ ଫଟୋ ଥିବା ଟାଟୁ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିଖର ଧୋନୀ ବ୍ୟାଟିଂ କରୁଥିବା ଏକ ଟାଟୁ କରିଛନ୍ତି। ଏହାସହ ଲେଖିଛନ୍ତି, ଧୋନୀ ଫିନିଶ୍ସ ଇନ୍‌ ରୟାଲ୍‌। ଶିଖରଙ୍କ ଏହି ଟାଟୁ ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି।

Share