ଭୁବନେଶ୍ୱର,୩୧।୮(ବ୍ୟୁରୋ): ମୋଦି ସରକାର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ଅନ୍ତର୍ଭୁକ୍ତ କରିବା ସହ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ କରିଛନ୍ତି ା ରାଜଧାନୀ ଭୁବନେଶ୍ୱର ଦେଶର ୧ ନମ୍ବର ସ୍ମାର୍ଟ ସିଟି ହେବ ବୋଲି ପ୍ରଚାର ସର୍ବସ୍ବ ରାଜ୍ୟ ସରକାର ଘୋଷଣା କରିଥିଲେ ା ବର୍ତ୍ତମାନ ମଧ୍ୟ ସ୍ମାର୍ଟ ସିଟିର ବାସ୍ତବ ଚିତ୍ରରୁ ବହୁ ଦୂରରେ ରାଜଧାନୀ ରହିଯାଇଛି ା
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପରିତାପର ବିଷୟ ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି କହିଛନ୍ତି ା ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ‘ଆମେ କହୁନୁ, କହୁଛି ଗଣମାଧ୍ୟମ’ ଶୀର୍ଷକ ଏକ ପୁସ୍ତକକୁ ସମୀର ଉନ୍ମୋଚନ କରିଛନ୍ତି ା
ରାଜଧାନୀବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ଏହି ପୁସ୍ତକ ପ୍ରକାଶିତ ହୋଇଛି ା ବିଶେଷ ଭାବେ ରାସ୍ତାଘାଟ, ଡ୍ରେନେଜ ଅବ୍ୟବସ୍ଥା, ଅସରାଏ ବର୍ଷା ହେଲେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହେବା, ଡେଙ୍ଗୁ ରୋଗ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗକୁ ଆଧାରକରି ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ତଥ୍ୟକୁ ନେଇଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ବୋଲି ଜିଲା ସଭାପତି ବାବୁ ସିଂ ସୂଚନା ଦେଇଛନ୍ତି ା