ବ୍ରସେଲ୍ସ, ୫।୯: ଚାରି ଥରର ଅଲିମ୍ପିକ ଚାମ୍ପିୟନ ବ୍ରିଟେନ ଧାବକ ମୋ ଫରାହ୍ ଓ ନେଦରଲାଣ୍ଡ୍ସର ଧାବିକା ସିଫାନ ହାସାନ ଏକ ଘଣ୍ଟା ଦୌଡ଼ରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ବେଲ୍ଜିୟମର ରାଜଧାନୀ ବ୍ରସେଲ୍ସରେ ଆୟୋଜିତ ଭାନ୍ ଡାମ୍ ମିଟିଂ ମେମୋରିଆଲ ପ୍ରତିଯୋଗିତାରେ ଉଭୟ ଫରାହ୍ ଓ ସିଫାନ ଯଥାକ୍ରମେ ପୁରୁଷ ଓ ମହିଳା ଏକ ଘଣ୍ଟା ଦୌଡ଼ରେ ବିଶ୍ୱ ରେକର୍ଡ କରିଛନ୍ତି।
ଏକ ଘଣ୍ଟା ଦୌଡ଼ରେ ଫରାହ୍ ୨୧.୩୩୦ କିଲୋମିଟର ଦୌଡ଼ି ଥିଲେ। ଏହି ଅବସରରେ ସେ ହେଲେ ଗେବ୍ରସେଲାସିଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୧୩ ବର୍ଷ ତଳେ ଗେବ୍ରସେଲାସି ଏକ ଘଣ୍ଟାରେ ୨୧.୨୮୫ କିମି ଦୌଡ଼ି ବିଶ୍ୱ ରେକର୍ଡର ଅଧିକାରୀ ରହିଥିଲେ। ସେହିଭଳି ମହିଳା ଏକ ଘଣ୍ଟା ଦୌଡ଼ରେ ସିଫାନ ୧୮.୯୧୭ କିମି ଦୌଡ଼ିଥିଲେ। ୨୦୦୮ରେ ଇଥିଓପିଆର ଡିରେ ଟୁନେ (୧୮.୫୧୭)ଙ୍କ ନାମରେ ଥିବା ରେକର୍ଡକୁ ସିଫାନ ଏହି ଅବସରରେ ଭାଙ୍ଗିଥିଲେ।