ଫରହାଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିଜା

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ଫରହା ଖାଁଙ୍କୁ ୟୁଏଇ ଗୋଲଡେନ ଭିଜା ମିଳିଛି । ଯାହାକୁ ନେଇ ସେ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରି ସେ ଲେଖିଛନ୍ତି, ଭାରତୀୟ ସିନେମାକୁ ତାଙ୍କର ଅବଦାନ ପାଇଁ ଆଜି ତାଙ୍କୁ ଏହି ଗୋଲଡେନ ଭିଜା ମିଳିଛି । ଯେଉଁଥିପାଇଁ ସେ ଖୁବ୍ ଖୁସି । ୨୦୦୪ରେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଅଭିନିତ ଫିଲ୍ମ ହାପି ନ୍ୟୁ ଇୟରକୁ ଦୁବଇରେ ଶୁଟିଂ କରିବାକୁ ତାଙ୍କୁ ଗୋଲଡେନ ଟିକେଟ ବି ମିଳିଛି । କେବଳ ଫରହା ନୁହେଁ ଏହା ପୂର୍ବରୁ ସଞ୍ଜୟ ଦତ୍ତ, ଶାହାରୁଖ ଖାଁ, ସଞ୍ଜୟ କପୁର, ଉର୍ବଶୀ ରୌତେଲା, ଜାହ୍ନବୀ କପୁରଙ୍କୁ ବି ୟୁଏଇ ଗୋଲଡେନ ଭିଜା ମିଳି ସାରିଛି ।

Share