ଫରହା ଖାନଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ,୨୮।୧୨-ବଲିଉଡ କୋରିଓଗ୍ରାଫର୍‌ ଫରହା ଖାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ନେଇ ସେ ସୋମବାର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସାରା ଲେଖିଛନ୍ତି, ଏହା ସତ୍ୟ ଯେ ମୋ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ପୂର୍ବରୁ ମୋ ଇନଷ୍ଟାଗ୍ରାମ ଆକାଉଣ୍ଟ ବି ହ୍ୟାକ ହୋଇଥିଲା। ମୁଁ କମ୍ପ୍ୟୁଟର୍‌ ଇଞ୍ଜିନିୟରଙ୍କ ସହାୟତାରେ ତାହାକୁ ରିଟ୍ରାଇଭ କରିବାରେ ସଫଳ ହୋଇଛି। ଶିଶିର କୁନ୍ଦରଙ୍କୁ ଧନ୍ୟବାଦ। ଆଶା କରୁଛି କି ଟୁଇଟର ଆକାଉଣ୍ଟ ବି ରିଟ୍ରାଇଭ ହୋଇଯିବ।

Share