Categories: ଫୁରସତ

କାନ୍ଧରେ ଟେକନ୍ତି ହେଲିକପ୍ଟର

ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍‌ ବେଶ୍‌ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ ୬୫୦ କି.ଗ୍ରା. ଓଜନର ହେଲିକପ୍ଟରକୁ ନିଜ କାନ୍ଧରେ ଟେକିପାରନ୍ତି। ୩୦ ସେକେଣ୍ଡ ପର୍ଯ୍ୟନ୍ତ ଫରାଞ୍ଜ କାନ୍ଧରେ ହେଲିକପ୍ଟର ଉଠାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହାକୁ ଟେକିବା ସମୟରେ ଷ୍ଟିଲର ଏକ ଓଜନିଆ ଫ୍ରେମ ସହ ହେଲିକପ୍ଟରରେ ଦୁଇଜଣ ବ୍ୟକ୍ତି ମଧ୍ୟ ଥିଲେ। ସେ ଯେଉଁ ମେଟାଲ ଫ୍ରେମ୍‌ ଟେକନ୍ତି ତା’ ଉପରେ ହେଲିକପ୍ଟର ଧୀରେ ଧୀରେ ଲାଣ୍ଡ କରିଥାଏ। ତା’ପରେ ଫରାଞ୍ଜ ସେହି ମେଟାଲ ଫ୍ରେମ୍‌ ସହ ହେଲିକପ୍ଟରକୁ ଟେକନ୍ତି। ଆଗାମୀ ଦିନରେ ସେ ୧୧୦୦ କି.ଗ୍ରା. ଓଜନର ଜିନିଷ ଟେକିବାକୁ ଲକ୍ଷ୍ୟ ରଖିଛନ୍ତି।

Share